ଓଡିଶା ପାଇଁ ଖୁସି ଖବର । ଆଜି ରାଜ୍ୟରୁ ସୁସ୍ଥ ହେଲେ ୩ ହଜାର ୪୦୪ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୨୦ ହଜାର ୩୮୮ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

238

କନକ ବ୍ୟୁରୋ : ଆକ୍ରାନ୍ତ ଭିତରେ ଓଡିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୪୦୪ ଆକ୍ରାନ୍ତ । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ୬୦୨, କଟକରୁ୩୭୪, ପୁରୀରୁ ୨୮୯, ବାଲେଶ୍ୱରରୁ ୧୪୮, ମୟୂରଭଞ୍ଜ ଓ ସମ୍ବଲପୁରରୁ ୧୩୦, କେନ୍ଦୁଝରରୁ ୧୧୬, ବରଗଡରୁ ୧୦୭, ଯାଜ୍ରୁ ୧୦୬, କେନ୍ଦ୍ରାପଡାରୁ ୯୮, ଭଦ୍ରକରୁ ୯୨, ଜଗତସିଂହପୁରରୁ ୯୦, ଝାରସୁଗୁଡାରୁ ୮୬, ଅନୁଗୁଳରୁ ୮୩, ନୂଆପଡାରୁ ୭୭, ନୟାଗଡରୁ ୭୪, କଳାହାଣ୍ଡିରୁ ୭୨, କନ୍ଧମାଳରୁ ୭୧, ବଲାଙ୍ଗିର ଓ ଢେଙ୍କାନାଳରୁ ୭୦, ସୁନ୍ଦରଗଡରୁ ୬୬, କୋରାପୁଟରୁ ୫୨, ନବରଙ୍ଗପୁରରୁ ୫୦, ଗଞ୍ଜାମ ଓ ସୋନପୁରରୁ ୪୮, ମାଲକାନଗିରିରୁ ୩୮, ବୌଦ୍ଧରୁ ୨୨, ଗଜପତିରୁ ୧୮, ଦେବଗଡରୁ ୧୧ ଓ ରାୟଗଡାରୁ ୨ ଜଣ ସୁସ୍ଥ ହୋଇଛନ୍ତି ।

ଏହାସହ ରାଜ୍ୟରେ ୨ ଲକ୍ଷ ୨୦ ହଜାର ୩୮୮ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା । ସେହିପରି ପଜିଟିଭ ସଂଖ୍ୟା ୨ ଲକ୍ଷ ୪୬ ହଜାର ୮୩୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨୮ ହଜାର ୮୧୧ ଜଣ ସକ୍ରିୟ ରହିଛନ୍ତି ।