ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୨ ହଜାର ୮୪୨ ଆକ୍ରାନ୍ତ । ୨ ଲକ୍ଷ ୪୪ ହଜାର ୨୨୭ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

169

କନକ ବ୍ୟୁରୋ : ଆଜି ରାଜ୍ୟରୁ ଆଉ ୨ ହଜାର ୮୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୪ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୪ହଜାର ୨୨୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୨୩୭ ଜଣ, ପୁରୀ ଜିଲ୍ଲାରୁ ୧୪୮ଜଣ, ନୂଆପଡ଼ାରୁ ୧୬୧, ଅନୁଗୁଳ ଜିଲ୍ଲାରୁ ୧୧୯ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୬ଜଣ, ବରଗଡ଼ ଜିଲ୍ଲାରୁ ୯୩ ଜଣ, ନବରଂଗପୁର ଜିଲ୍ଲାରୁ ୫୩ଜଣ, ଯାଜପୁର ଜିଲ୍ଲାରୁ ୧୦୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୧ଜଣ, ମୟୂରଭଂଜ ଜିଲ୍ଲାରୁ ୯୨ଜଣ, ଜଗତସିଂହପୁରରୁ ୮୫, ସୁବର୍ଣ୍ଣପୁର ଜିଲ୍ଲାରୁ ୪୮ ଜଣ, କଳାହାଣ୍ଡିରୁ ୧୧୭, ଝାରସୁଗୁଡ଼ାରୁ ୧୦୮, ଭଦ୍ରକରୁ ୯୪, ନୟାଗଡ଼ରୁ ୭୮ଜଣ, କେନ୍ଦୁଝରରୁ ୬୮, ଢେଙ୍କାନାଳରୁ ୬୦, ବଲାଙ୍ଗୀରରୁ ୫୮, କନ୍ଧମାଳରୁ ୫୦, କୋରାପୁଟରୁ ୪୧, ମାଲକାନଗିରିରୁ ୪୧, ଗଞ୍ଜାମରୁ ୩୦, ବାଲେଶ୍ୱରରୁ ୨୭, ବୌଦ୍ଧରୁ ୨୧, ରାୟଗଡ଼ାରୁ ୧୮, ଦେଓଗଡ଼ରୁ ୧୭, ଗଜପତିରୁ ୧୩ ଓ ଷ୍ଟେଟ ପୁଲରୁ ୧୨୮ଜଣ ସୁସ୍ଥ ହୋଇଛନ୍ତି ।