କନକ ବ୍ୟୁରୋ : ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରେ ଆଜି ଆଉ ୨ ହଜାର ୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାରୁ ଆଜି ୧୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୧୮୩ ଜଣ, ବରଗଡ଼ ଜିଲ୍ଲାରୁ ୧୪୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୬ ଜଣ, ଅନୁଗୁଳ ଜିଲ୍ଲାରୁ ୧୨୩ ଜଣ, ଯାଜପୁର ଜିଲ୍ଲାରୁ ୧୧୭ ଜଣ, ଭଦ୍ରକ ଜିଲ୍ଲାରୁ ୧୧୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୫ ଜଣ ଓ ମୟୂରଭଂଜ ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ବଲାଙ୍ଗୀର ଜିଲ୍ଲାରୁ ୮୯ ଜଣ, କେନ୍ଦୁଝର ଜିଲ୍ଲାରୁ ୭୯ ଜଣ, ନଗରଂଗପୁର ଜିଲ୍ଲାରୁ ୭୩ ଜଣ, ମାଲକାନଗିରି ଜିଲ୍ଲାରୁ ୭୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୬୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୮ ଜଣ, କନ୍ଧମାଳ ଜିଲ୍ଲାରୁ ୪୮ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୪୭ ଜଣ, ରାୟଗଡ଼ା ଜିଲ୍ଲାରୁ ୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ପୁରୀ ଜିଲ୍ଲାରୁ ଆଜି ୪୩ ଜଣ, ଝାରସୁଗୁଡ଼ା, କଳାହାଣ୍ଡି ଜିଲ୍ଲାରୁ ୩୯ ଜଣ ଲେଖାଏଁ, କୋରାପୁଟ ଜିଲ୍ଲାରୁ ୩୫ ଜଣ, ନୟାଗଡ଼ ଜିଲ୍ଲାରୁ ୩୦ ଜଣ, ଗଂଜାମ ଜିଲ୍ଲାରୁ ୨୩ ଜଣ, ଦେବଗଡ଼ ଜିଲ୍ଲାରୁ ୨୦ ଜଣ, ବୌଦ୍ଧ, ଗଜପତି ଜିଲ୍ଲାରୁ ୭-୭ ଜଣ ଓ ରାଜ୍ୟପୁଲରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/11-11-750x430-1.jpg)