ଭୁବନେଶ୍ୱରରୁ ଆଜି ଆଉ ୨୭୧ ପିଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୬୮, ଲୋକାଲ କଣ୍ଟାକ୍ଟ ୨୦୩ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୧୩ ଜଣ ।

105

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କଠାରୁ ଅଧିକ ସୁସ୍ଥ ହୋଇଛନ୍ତି । ଆଜି ଭୁବନେଶ୍ୱରରୁ ୨୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୨୦୩ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସେହିପରି ଆଜି ୩୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଖୋର୍ଦ୍ଧାରୁ ୩୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୨୭୧ ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ କିଛି ଦିନ ହେବ ଆକ୍ରାନ୍ତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ ରହୁଛି ।

ଏହାସହ ଏବେ ଭୁବନେଶ୍ୱରରେ ୨୫ ହଜାର ୭୩୫ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୨୨ ହଜାର ୨୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩ ହଜାର ୩୮୫ ଜଣ ସକ୍ରିୟ ରହିଛନ୍ତି ।