କମିଲେ ଆକ୍ରାନ୍ତ, ବଢିଲେ ସୁସ୍ଥ । ଭୁବନେଶ୍ୱରରୁ ଆଜି ଆଉ ୨୬୭ ପଜିଟିଭ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୭୧, ଲୋକାଲ କଣ୍ଟାକ୍ଟ ୧୯୬ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୪୨ ଜଣ । 

98

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କଠାରୁ ଅଧିକ ସୁସ୍ଥ ହୋଇଛନ୍ତି । ଆଜି ଭୁବନେଶ୍ୱରରୁ ୨୬୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୧୯୬ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସେହିପରି ଆଜି ୩୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଖୋର୍ଦ୍ଧାରୁ ୩୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୨୬୭ ଜଣ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ କିଛି ଦିନ ହେବ ଆକ୍ରାନ୍ତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ ରହୁଛି । ଚଳିତ ମାସରେ ଧିରେ ଧିରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବାର ନଜର ଆସୁଛି । ଏହା ସହ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି ।

ଏହାସହ ଏବେ ଭୁବନେଶ୍ୱରରେ ୨୬ ହଜାର ୨୮୩ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୨୨ ହଜାର ୮୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩ ହଜାର ୨୭୨ ଜଣ ସକ୍ରିୟ ରହିଛନ୍ତି ।