ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର । ସୁସ୍ଥ ହେଲେ ଆଉ ୨ ହଜାର ୫୭୭ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୩୦ ହଜାର ୧୯୨ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା ।

178

କନକ ବ୍ୟୁରୋ : ରାଜ୍ୟ ପାଇଁ ପୁଣି ଭଲ ଖବର । ରାଜ୍ୟରେ ଆଜି ଆଉ ୨ ହଜାର ୫୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୨ହଜାର ୫୭୭ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୪୪ ଜଣ, ଯାଜପୁର ଜିଲ୍ଲାରୁ ୧୩୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବାଲେଶ୍ୱର ଓ ସମ୍ବଲପୁରରୁ ୧୨୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୧୪ ଲେଖାଏଁ, ସୁନ୍ଦରଗଡ଼ରୁ ୧୧୧, ଅନୁଗୁଳରୁ ୧୦୮, ବଲାଙ୍ଗୀରରୁ ୧୦୩, ମୟୁରଭଞ୍ଜରୁ ୧୦୧, ବରଗଡ଼ରୁ ୯୭, ନୂଆପଡ଼ାରୁ ୯୦, ନବରଙ୍ଗପୁରରୁ ୮୧, କେନ୍ଦୁଝରରୁ ୭୪, ଜଗତସିଂହପୁରରୁ ୭୧, ଢେଙ୍କାନାଳରୁ ୬୯ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଓ ନୟାଗଡ଼ରୁ ୬୭ ଲେଖାଏଁ, ଝାରସୁଗୁଡ଼ାରୁ ୬୨, ମାଲକାନଗିରିରୁ ୫୭, କନ୍ଧମାଳରୁ ୪୯, ସୋନପୁରରୁ ୪୫, କଳାହାଣ୍ଡିରୁ ୩୯, ଗଞ୍ଜାମରୁ ୩୬, ବୌଦ୍ଧରୁ ୩୪,କୋରାପୁଟରୁ ୩୩, ଦେବଗଡ଼ରୁ ୨୩, ରାୟଗଡ଼ାରୁ ୧୯, ଗଜପତିରୁ ୧୩ ଓ ରାଜ୍ୟ ପୁଲରୁ ୧୫୫ ସୁସ୍ଥ ହୋଇଛନ୍ତି ।