ଆଜି ଭୁବନେଶ୍ୱରରୁ ଆଉ ୨୩୩ ପଜିଟିଭ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୫୧, ଲୋକାଲ କଣ୍ଟାକ୍ଟ ୧୮୨ । ସେପଟେ ସୁସ୍ଥ ହେଲେ ୩୧୩ ।

125

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରୁ ୨୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୫୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟରୁ ୧୮୨ ଜଣ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ଏକ ଭଲ ଖବର ମଧ୍ୟ ଆସିଛ । ଆଜି ଭୁବନେଶ୍ୱରରୁ ୩୧୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗଦର ନିଗମ ।

ଆଜି ଖୋର୍ଦ୍ଧାରୁ ୨୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୧୮୨ ଜଣ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ ବର୍ତ୍ତମାନ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି ।

ଏହାସହ ଭୁବନେଶ୍ୱରରେ ୨୭ ହଜାର ୨୨୮ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା । ସେହିପରି ୨୪ ହଜାର ୧୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୯୨୭ ଏବେ ବି ସକ୍ରିୟ ରହିଛନ୍ତି ।