ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧ ହଜାର ୪୬୨ ଆକ୍ରାନ୍ତ । ୨ ଲକ୍ଷ ୮୦ ହଜାର ୫୫୩ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

ରାଜ୍ୟରୁ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ । ଏହାସହ ୩ ଲକ୍ଷ ୨୪ ହଜାର ୩୯୨ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ରାଜ୍ୟରେ ଆଜି ୧ ହଜାର ୪୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୦ ହଜାର ୫୫୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୧୨୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୭ ଜଣ, ଅନୁଗୁଳ ଜିଲ୍ଲାରୁ ୭୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୫ ଜଣ, ପୁରୀ ଜିଲ୍ଲାରୁ ୫୬ ଜଣ, ବାଲେଶ୍ୱର, ଝାରସୁଗୁଡ଼ା ଜିଲ୍ଲାରୁ ୫୪ ଜଣ ଲେଖାଏଁ, ବରଗଡ଼, ଜଗତସିଂହପୁର ଜିଲ୍ଲାରୁ ୫୩ ଜଣ ଲେଖାଏଁ, ନବରଂଗପୁର ଜିଲ୍ଲାରୁ ୪୭ ଜଣ, ଯାଜପୁର, ମୟୂରଭଂଜ ଜିଲ୍ଲାରୁ ୪୨ ଜଣ ଲେଖାଏଁ ଓ କେନ୍ଦୁଝର ଜିଲ୍ଲାରୁ ୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି ଗଂଜାମ ଜିଲ୍ଲାରୁ ୩୯ ଜଣ, ନୂଆପଡ଼ା ଜିଲ୍ଲାରୁ ୩୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୪ ଜଣ, ବୌଦ୍ଧ, ସମ୍ବଲପୁର ଜିଲ୍ଲାରୁ ୩୨ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, କୋରାପୁଟ, ନୟାଗଡ଼ ଜିଲ୍ଲାରୁ ୨୪ ଜଣ ଲେଖାଏଁ, ଦେବଗଡ଼ ଜିଲ୍ଲାରୁ ୧୬ ଜଣ, ଢେଙ୍କାନାଳ, କନ୍ଧମାଳ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୫ ଜଣ, ଗଜପତି ଜିଲ୍ଲାରୁ ୭ ଜଣ ଓ ରାଜ୍ୟପୁଲରୁ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe