ଭିମସାରରେ ଆଉ ୧୦ ପଜିଟିଭ: ସଂକ୍ରମିତ ହେଲେଣି ୭୪ ଜଣ ଛାତ୍ରଛାତ୍ରୀ

137

କନକ ବ୍ୟୁରୋ: ଭୀମସାରରରେ ପୁଣି ୧୦ ଜଣ କରୋନୋ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଂଚିଛି । ପ୍ରତିଦିନ କିଛି ନା କିଛି ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେଉଥିବାବେଳେ ଆଜି ୨୨ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ଭୁବନେଶ୍ୱର ଆଇଏଲଏସକୁ ପଠାଯାଇଛି । ଏଠାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଠାରେ କେଉଁ ଭାରିଏଂଟ ଦେଖାଦେଇଛି ସେନେଇ ପରୀକ୍ଷା କରାଯିବ । ଦରକାର ପଡ଼ିଲେ ଆଉ ଛାତ୍ରଛାତ୍ରୀଙ୍କ ମଧ୍ୟ ନମୁନା ପଠାଯିବ ବୋଲି କୁହାଯାଇଛି ।

ତେବେ ଏହି ସଂକ୍ରମିତଙ୍କ ମଧ୍ୟରେ ୨ ଜଣ କର୍ମଚାରୀ ମଧ୍ୟ ରହିଛନ୍ତି । ଗତକାଲି ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କ ହଷ୍ଟେଲର କଟେଂନମେଂଟ ଅବଧି ଆହୁରି ୧୦ ଦିନ ବୃଦ୍ଧି ପାଇଛି । ଛାତ୍ରଛାତ୍ରୀ ପୂର୍ବରୁ ଯେମିତି ଅନଲାଇନ୍ କ୍ଲାସ କରୁଥିଲେ ସେହିପରି କ୍ଲାସ କରିବେ । ଏବଂ ହଷ୍ଟେଲ ମେସ ମଧ୍ୟ ଚାଲୁ ରହିବ । ହେଲେ ମେସରେ ଏକା ସଙ୍ଗେ ବସି ଖାଇ ପାରିବେ ନାହିଁ ଛାତ୍ରଛାତ୍ରୀ । ମେସରୁ ନେଇ ନିଜ ରୁମରେ ଖାଇପାରିବେ ବୋଲି ଜଣାପଡ଼ିଛି ।