କନକ ବ୍ୟୁରୋ: ଆର୍ଥିକ ସଂକଟରେ ୟେସ୍ ବ୍ୟାଙ୍କ । ବ୍ୟାଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିବାରୁ ଏବେ ୟେସ୍ ବ୍ୟାଙ୍କର ବୋର୍ଡ ପରିଚାଳନାକୁ ନିଜ ହାତକୁ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ସହିତ ଆରବିଆଇ ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ କଟକଣା ମଧ୍ୟ ଜାରି କରିଛି । ଯାହାଦ୍ୱାରା ଆସନ୍ତା ୩୦ ଦିନ ମଧ୍ୟରେ କୌଣସି ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ୟେସ୍ ବ୍ୟାଙ୍କରୁ ଉଠାଇ ପାରିବେ ନାହିଁ । ତେବେ ଏହି ଟଙ୍କା ଉଠାଣର କଟକଣା ମାସକ ପାଇଁ ଲାଗୁ ହୋଇଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ବୋଲି କୁହାଯାଇଛି ।
ଅନ୍ୟପଟେ ୟେସ୍ ବ୍ୟାଙ୍କର ପ୍ରଭାବ ଏବେ ଫାଇନାନ୍ସିଆଲ ଟେକ୍ନୋଲୋଜି କଂପାନୀ ଫୋନପେ ଉପରେ ବି ପଡିଥିବାର ଦେଖିବାକୁ ମିଳିଛି । ୟେସ୍ ବ୍ୟାଙ୍କର ସ୍ଥିତି ଖରାପ ଏବଂ ଆରବିଆଇ ପକ୍ଷରୁ କଟକଣା ଜାରି ହେବା ପରେ ଏବେ ଡିଜିଟାଲ ପେମେଂଟ ସେବାଗୁଡିକର ପ୍ରମୁଖ ପ୍ଲାଟଫର୍ମ ତଥା ୟୁନିଫାଇଡ ପେମେଂଟ ଇଂଟରଫେସ (ୟୁପିଆଇ) ଆଧାରିତ ଆର୍ଥିକ କାରବାର ପୂରା ଠପ୍ ହୋଇଯାଇଛି । ଫଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୟେସ ବ୍ୟାଙ୍କର ବୃହତର ପେମେଂଟ ପାର୍ଟନର ଫୋନପେ । ତେବେ ୟେସ୍ ବ୍ୟାଙ୍କର ଏଭଳି ଖରାପ ସ୍ଥିତି କାରଣରୁ ଡିସେମ୍ବର ୨୦୧୯ର ତ୍ରୟମାସିକ ଫଳାଫଳ ଘୋଷଣା କରିପାରିନାହିଁ ଏବଂ ଏନପିଏ ଯୋଗୁୁଁ ବର୍ତ୍ତମାନ ବ୍ୟାଙ୍କର ସୁରକ୍ଷିତ ପୁଂଜି ହ୍ରାସ ପାଇଛି ।
Dear @PhonePe_ customers. We sincerely regret the long outage. Our partner bank (Yes Bank) was placed under moratorium by RBI. Entire team's been working all night to get services back up asap. We hope to be live in a few hours. Thanks for your patience. Stay tuned for updates!
— Sameer.Nigam (@_sameernigam) March 6, 2020
ଗତକାଲି ଆରବିଆଇ ୟେସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗି ଦେବା ସହ ଜମାକାରୀଙ୍କ ପାଇଁ ମାସିକ ଜମା ଉଠାଣକୁ ୫୦ ହଜାର ଟଙ୍କା ମଧ୍ୟରେ ସୀମିତ ରଖିଛନ୍ତିା ଏହା ସହିତ ବ୍ୟାଙ୍କ କୌଣସି ନୂଆ ଋଣ ଦେଇପାରିବ ନାହିଁ କି , ନା ହିଁ କୌଣସି ନୂଆ ନିବେଶ କରିପାରିବ । ତେବେ ୟେସ ବ୍ୟାଙ୍କର ପରିଚାଳନା ପାଇଁ ରିଜର୍ଭ ବ୍ୟାଙ୍କ ଏସିବିଆଇର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ମାସକ ମଧ୍ୟରେ ୟେସ ବ୍ୟାଙ୍କର ପୁର୍ଗଠନ କରିବାକୁ ଉଦ୍ୟମ କରାଯାଉଛି । ଯାହାଦ୍ୱାରା ଉଭୟ ଜମାକାରୀ ଓ ୟେସ ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରାଯାଇପାରିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।