ରେଳଯାତ୍ରୀଙ୍କ ପାଇଁ ଖୁସିଖବର : ବିଳମ୍ବରେ ଆସିବନି ଟ୍ରେନ୍, ଡ୍ରାଇଭରଙ୍କୁ ମିିଳିଲା ସ୍ୱତନ୍ତ୍ର ଅଧିକାର

115

କନକ ବ୍ୟୁରୋ : ଭାରତରେ ଅନେକ ଲୋକ ରେଲରେ ଯାତ୍ରା କରିଥାଆନ୍ତି । ତେବେ ଅନେକ ସମୟରେ ଅଭିଯୋଗ ଆସିଥାଏ ଯେ, ଭାରତୀୟ ରେଳ ସବୁବେଳେ ସମୟଠାରୁ ବିଳମ୍ବରେ ପହଞ୍ଚିଥାଏ । ତେବେ ସେମାନଙ୍କୁ ବର୍ତ୍ତମାନ ବର୍ତ୍ତମାନ ଏପରି ଅସୁବିଧାରୁ ମିଳିବ ମୁକ୍ତି । ମିଳିଥିବା ସୂଚନା ଅନୁସାରେ ଏବେ ଡ୍ରାଇଭରମାନେ ସମୟକୁ ଅନୁଭବ କରି ଟ୍ରେନର ସ୍ପିଡ ବଢାଇପାରିବେ । ଏପରି ଅଧିକାର ସେମାନଙ୍କୁ ଖୁବଶୀଘ୍ର ଦିଆଯିବ ବୋଲି ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି । ଯଦି ଚାଳକ ଜାଣିଲେ ଯେ, ଟ୍ରେନର ସମୟ ବିଳମ୍ବ ହୋଇଯାଉଛି ତେବେ ସେହି ସମୟରେ ଚାଳକ ରେଳର ଗତି ବଢାଇ ଦେବେ । ଯେଉଂ ସମୟରେ ଟ୍ରେନ ସ୍ୱାଭାବିକ ଭାବରେ ଚାଲିବା ଆରମ୍ଭ କରିବ ତାହା ପରେ ଚାଳକ ପୁଣି ଥରେ ବେଗ କମାଇବେ ବୋଲି ଜଣାପଡିଛି । କେବଳ ଏତିକି ନୁହେଁ ଏଥିପାଇଁ ରେଳ ଲାଇନର ମରାମତି ମଧ୍ୟ କରାଯାଉଛି ।

 ସଠିକ ସମୟରେ ରେଳ ପହଞ୍ଚିବା ପାଇଁ ମନ୍ତ୍ରଣାଳୟ ଏପରି ବ୍ୟବସ୍ଥା କରୁଥିବା ଜଣାପଡିଛି । ଏହାସହା ଯେଉଁ ସ୍ଥାନରେ ଫାଟକ ନାହିଁ ସେହି ସ୍ଥାନରେ ଜଗୁଆଳୀ ମଧ୍ୟ ରଖାଯିବ । ଗୁରୁଦାବାଦ ରେଳ ଲାଇନରେ ପାଖାପାଖି ୨୩୦ କିମି ମରାମତି କରାଯିବ । ଦେଶରେ ଥିବା ୨ ଦୁର୍ବଳ ପୋଲ ମଧ୍ୟ ନୂଆ କରି ତିଆରି କରାଯିବ । ପୂର୍ବରୁ କେଉଁ ଟ୍ରେନ କେତେ ସ୍ପିଡରେ ଯିବ ତାହା ନିୟନ୍ତ୍ରଣ ସ୍ଥିର କରାଯାଇଥାଏ । ହେଲେ ସେହି ଅନୁସାରେ ଟ୍ରେନ ଚାଲିପାରୁନାହିଁ । ଉଦାହରଣ ଦିଲ୍ଲୀରୁ ଲୈାକ୍ଷ୍ମ ଯାଉଥିବା ମେଲକୁ ଘଣ୍ଟାପ୍ରତି ୧୧୦ କିମିରେ ଯିବା ପାଇଁ ସମୟ ଧାର୍ଯ୍ୟ କରାଯାଉଛି । କିନ୍ତୁ ଏହି ଟ୍ରେନଟି ମାତ୍ର ୭୫ କମି ସ୍ପିଡରେ ଯାଉଛି । ଯଦି ବାଟରେ କୈାଣସି ଦୁର୍ଘଟମା ହେଲା ତେବେ ସ୍ପିଡ ମିଟର ଦ୍ୱାରା ଇଂଜିନର ମରାମତି କରାଯାଏ ।

 

ତେବେ ଦେଶରେ ଚାଲୁଥିବା ସ୍ପିଡ ଟ୍ରେନଗୁଡିକକୁ ଯାଞ୍ଚ କରାଯାଇ ୧୧୫ କିମି ସ୍ପିଡରେ ଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ତେବେ ବର୍ତ୍ତମାନ ସମୟରେ ଟ୍ରେନଗୁଡିକ ୯୫ କିମି ସ୍ପିଡରେ ଯାଉଛି । ଅନେକ ସ୍ଥାନରେ ପୁରୁଣା ପୋଲ ଓ ଲାଇନ ବଦଳାଯାଇଥିଲେ ମଧ୍ୟ ଟ୍ରେନର ଗତିରେ କୈାଣସି ପରିବର୍ତ୍ତନ ହୋଇ ନାହିଁ । ତେଣୁ ରେଳ ଗୁଡିକ ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟ ସ୍ଥଳରେ ପହଚିଂ ପାରୁନାହାନ୍ତି । ଏପରିକି ଯେଉଁ ରୁଟରେ ଟ୍ରେନ ଗୁଡିସ୍ପୁ ସ୍ପିଡରେ ଯିବା ପାଇଁ ଅନୁମତି ରହିଛି ସେହି ଲାଇନରେ ମଧ୍ୟ ରେଳ ଗୁଡିକ ସଠିକ ବେଗରେ ଯାଇ ପାରୁନାହାନ୍ତି । ରେଳ ମନ୍ତ୍ରଣାଲୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ରେଳ ଲାଇନ ବଦଳାଯାଇଥିଲେ ମଧ୍ୟ ଅନେକ କେତେକ କାରଣରୁ ଟ୍ରେନ ଗୁଡିକ ନିର୍ଦ୍ଧାରିତ ବେଗରେ ଯାଇ ପାରୁନାହାନ୍ତି । ତେବେ ଖୁବଶୀଘ୍ର ଏପରି ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।