ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ୧୧ କୋଟି ଟଙ୍କା ଆଦାୟ କଲା ରେଳବାଇ । ସଂରକ୍ଷଣ ଟିକେଟର ହେଉଛି କଳାବଜାରୀ ।

323

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପାଦ ଦେବା ପୂର୍ବରୁ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବେଶ ଅଧିକ ରହୁଥିଲା । ରେଳ ପ୍ରଶାସନ ମଧ୍ୟ ସମୟ ସମୟରେ ଯାଞ୍ଚ କରୁଥିଲା । ତେବେ ମୁରାଦାବାଦ ରେଳ ଡିଭିଜନରୁ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ୧୧କୋଟି ଟଙ୍କା ଆଦାୟ କରାଯାଇଛି । ସୂଚନା ଅଧିକାର ଅଧୀନରେ ମଗାଯାଇଥିବା ସୂଚନାରୁ ଏହି ତଥ୍ୟ ମିଳିଛି । ତେବେ ସଂରକ୍ଷଣ ଟିକେଟର କଳାବଜାରୀ କରି କେତେଜଣ ଧରାପଡିଛନ୍ତି, ସେ ସମ୍ପର୍କରେ ଆରପିଏଫ୍ ଏବଂ ଉତ୍ତର ରେଳବାଇର ଭିଜିଲାନ୍ସ ଟିମ୍ ସୂଚନା ଦେଇନାହିଁ ।

୨୦୨୧ ମାର୍ଚ୍ଚ ୨୭ ତାରିଖରେ, ଡିଭିଜନାଲ ରେଳ ପ୍ରଶାସନ ପକ୍ଷରୁ, ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା, ସଂରକ୍ଷଣ ଟିକେଟର କଳାବଜାରୀ ସମ୍ବନ୍ଧରେ ସୂଚନା ମଗାଯାଇଥିଲା । ଆଉ ମିଳିଥିବା ତଥ୍ୟ ଅନୁସାରେ, ୨୦୧୯ ଏପ୍ରିଲ ୧ ତାରିଖରୁ, ୨୦୨୧ ମାର୍ଚ୍ଚ ୩୧ ତାରିଖ, ଅର୍ଥାତ ଦୁଇ ଆର୍ଥିକ ବର୍ଷରେ, ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ୧୧ କୋଟି ଟଙ୍କା ଆଦାୟ କରାଯାଇଛି ।