ମୋରଡ଼ା ମୁକାବିଲା କଡ଼ା । ଭୋଟ୍ ଦେଉଛି ଓଡ଼ିଶା, ମୋରଡ଼ା ମହାଯୁଦ୍ଧରେ କାହାକୁ ନିଜ ସିପାହୀ ବାଛିବେ ମତଦାତା ?

71

କନକ ବ୍ୟୁରୋ: ୧୯ ମହାଯୁଦ୍ଧର ଶେଷ ଲଢ଼େଇ ପାଇଁ ଭୋଟ୍ ଦେଉଛି ଓଡ଼ିଶା । ନିଜ ନିଜ ଅଞ୍ଚଳର ସିପାହୀ ବାଛୁଛନ୍ତି ଜନତା ଜନାର୍ଦ୍ଦନ । ତେବେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ଅଧିନସ୍ଥ ମୋରଡ଼ା ବିଧାନସଭା ଆସନ ଉପରେ ସମସ୍ତଙ୍କ ଆଖି ରହିଛି । ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରୁ ଭୋଟର କାହାକୁ ବାଛିବେ ସେନେଇ ଚାଲିଛି ଛକାପଞ୍ଝା । ମତ ସାବ୍ୟସ୍ତ କରି ନେତା ବାଛୁଛନ୍ତି ମତଦାତା । ହେଲେ କ’ଣ କହୁଛି ମୋରଡ଼ା ରାଜନୀତିର ଇତିହାସ ନଜର ପଢ଼ନ୍ତୁ ।

୨୦୧୯ର ଲଢେଇ
ବିଜେଡ଼ି – ରାଜକିଶୋର ଦାସ
କଂଗ୍ରେସ – ପ୍ରଭାସ କର ମହାପାତ୍ର
ବିଜେପି – କୃର୍ଷ୍ଣଚନ୍ଦ୍ର ମହାପାତ୍ର

୨୦୧୯-ବିଜେଡି: ରାଜକିଶୋର ଦାସ
– ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି
– ଲଗାତର ୩ଥର ପରାଜିତ ( ବିଜେପି ପ୍ରାର୍ଥୀ)
– ଆରଏସ୍ଏସ୍ ସଦସ୍ୟ
– ବିଜେପିରୁ ବିଜେଡ଼ିରେ ସାମିଲ

୨୦୧୯-କଂଗ୍ରେସ: ପ୍ରଭାସ କର ମହାପାତ୍ର
– ୨ ଥର ପରାଜିତ
– ତୃତୀୟଥର ପାଇଁ ପ୍ରାର୍ଥୀ
– ମୋରଡାରେ ଦକ୍ଷ କଂଗ୍ରେସ ସଂଗଠକ

୨୦୧୯-ବିଜେପି: କୃର୍ଷ୍ଣଚନ୍ଦ୍ର ମହାପାତ୍ର
– ବିଜେପିର ନୂଆ ପ୍ରାର୍ଥୀ
– ପୂର୍ବତନ ବିଜେପି ଜିଲ୍ଲା ସଭାପତି
– ବରିଷ୍ଠ ନେତା ତଥା ସଂଗଠକ

ନିର୍ବାଚନ ମଣ୍ଡଳୀ ତଥ୍ୟ
– ମୋରଡା ବ୍ଲକ୍, ରାସଗୋବିନ୍ଦପୁର ବ୍ଲକ ଏବଂ ସୁଳିଆପଦା ବ୍ଲକ୍କୁ ନେଇ ନିର୍ବାଚନ ମଣ୍ଡଳୀ ଗଠିତ
– ମୟୂରଭଞ୍ଜର ଅଣସଂରକ୍ଷିତ ଆସନ
– ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ୨୦୦୯ ଏବଂ ୨୦୧୪ରେ ବିଜେଡିର ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଧାୟକ

କିଏ ମାରିଥିଲା ବାଜି?
– ବିଜେଡିର ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ନିର୍ବାଚନ ଜିତିଥିଲେ
– ୫୨ ହଜାର ୨୦୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ରାଜକିଶୋର ଦାସଙ୍କୁ ପରାସ୍ତ କରିଥିଲେ
– ୬ ହଜାର ୯୫୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୨୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୨୪ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୮ ହଜାର ୦୧୧
– ମତ ଦେଇଥିଲେ – ୧ ଲକ୍ଷ ୬୩ ହଜାର ୦୧୫
– ଭୋଟଦାନ ହାର – ୮୨.୩୩%

୨୦୧୪ର ଫଳାଫଳ
ପ୍ରାର୍ଥୀ                       ଦଳ           ଭୋଟ       ପ୍ରତିଶତ      ଫଳାଫଳ
ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ   ବିଜେଡି      ୫୨,୨୦୭   ୩୨.୦୩%   ବିଜୟୀ
ପ୍ରଭାସ କର ମହାପାତ୍ର   କଂଗ୍ରେସ     ୨୪,୭୯୦    ୧୫.୨୧%    ପରାସ୍ତ
ରାଜକିଶୋର ଦାସ       ବିଜେପି       ୪୫,୨୫୧   ୨୭.୭୬%    ପରାସ୍ତ
ମନୋରଂଜନ ଧଳ        ଜେଏମଏମ୍  ୧୭୩୯୧   ୧୦.୬୭%    ପରାସ୍ତ