ବିଳମ୍ବରେ ଓଡିଶାରେ ପହଞ୍ଚିପାରେ ମୌସୁମୀ ! ୯ ଜିଲ୍ଲାରେ ଜାରି ରହିବ ଗ୍ରୀଷ୍ମ ପ୍ରଭାବ

Advertisment
୬ ତାରିଖ ଯାଏଁ ବଡ଼ ବର୍ଷା ନାହିଁ : ୭ ପରଠାରୁ ରାଜ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କା
କନକ ବ୍ୟୁରୋ : ରଜ ଭିତରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା କ୍ଷୀଣ। ଏପର୍ଯ୍ୟନ୍ତ କେରଳରେ ପ୍ରାକ୍ ମୌସୁମୀ ବର୍ଷା ହୋଇନାହିଁ। ଆସନ୍ତା ସପ୍ତାହକ ଯାଏ ବି ହୋଇନପାରେ। ତେଣୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରେ ପହଞ୍ଚିବାକୁ ବିଳମ୍ବ ହେବ। ଜୁନ୍ ତୃତୀୟ ସପ୍ତାହ ହୋଇଯାଇପାରେ। ତେଣୁ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଏବେ କମିବାର ଆଶା ହିଁ ନାହିଁ। ଜୁନ୍ ପ୍ରଥମ ସପ୍ତାହରେ ବି ପ୍ରବଳ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
publive-imageପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ୨୮ରୁ ୩୦ ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇପାରେ। କିନ୍ତୁ ଏବେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷାର ସୂଚନା ନାହିଁ। ଏପରିକି ୨ ତାରିଖ ମଧ୍ୟରେ କେରଳରେ ପ୍ରାକ୍ ମୌସୁମୀ ବର୍ଷାର ସମ୍ଭାବନା କମ୍। ଯେଉଁଥିରୁ ଜଣାପଡ଼ୁଛି ଯେ କେରଳରେ ଏଥର ମୌସୁମୀ ବର୍ଷା ବିଳମ୍ବ ହେବାକୁ ଯାଉଛି। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ଆଣ୍ଡାମାନ ସମେତ ଦକ୍ଷିଣ ପୂର୍ବ ଏସିଆ ଯଥା ମିଆଁମାର, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହକ ମଧ୍ୟରେ ସେଠାରେ ବର୍ଷା ଜାରି ରହିବ। ଭାରତର ସ୍ଥଳ ଭାଗକୁ କେବେ ଛୁଇଁବ, ତାହା ଏବେ ଜଣାପଡ଼ୁ ନାହିଁ। ମୌସୁମୀ କେରଳରେ ପହଞ୍ଚିବା ବିଳମ୍ବ ହେଉଥିବାରୁ ରଜ ପୂର୍ବରୁ ଓଡ଼ିଶାରେ ମୌସୁମୀ ବର୍ଷାର ସମ୍ଭାବନା କ୍ଷୀଣ।
ଭୁବନେଶ୍ବର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା କମି ୩୮ଡିଗ୍ରି ପାଖାପାଖି ରହିବ। ଜୁନ୍ ୨ ଓ ୩ରେ ପୁଣି ୪୦ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ଆଜି ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଥିଲା। ତେବେ ୨୭ ଓ ୨୮ରେ ପୁଣି ୧ରୁ ୨ ଡିଗ୍ରି ବଢ଼ି ଜୁନ୍ ପହିଲା ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଜୁନ୍ ୨ ଓ ୩ରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା କମିପାରେ। ପଶ୍ଚିମ ଭାରତର ଶୁଷ୍କ ଗରମ ପବନ ରାଜ୍ୟକୁ ସିଧା ନ ଆସି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାକୁ ପ୍ରବାହିତ ହେଉଛି। ତେଣୁ ତାତି ସହ ଗୁଳୁଗୁଳି ଅନୁଭୂତ ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe