ଭୟ ଭିତରେ ଅଦ୍ଭୁତ ଦୃଶ୍ୟ…ଆକାଶରେ ଏକାସଙ୍ଗେ ଦେଖାଗଲା ଜହ୍ନ ଓ ବୃହସ୍ପତି ଗ୍ରହ: ଦେଖନ୍ତୁ ସେହି ମୁହୂର୍ତ୍ତର ଚମତ୍କାରୀ ଚିତ୍ର

7,476

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଷ୍ଟାରଗେଜିଂ କୌଣସି ରୋମାଂଚକରୁ କମ ନୁହେଁ । କାହିଁକି ନା ବାୟୁ ପ୍ରଦୂଷଣର ସ୍ତର ହ୍ରାସ ପାଇବା କାରଣରୁ ଏବେ ଆପଣ ବଡ ବଡ ସହରାଂଚଳରେ ବି ଘର ଛାତ ଉପରୁ ଆକାଶକୁ ସ୍ପଷ୍ଟ ଭାବେ ଦେଖିପାରୁଛନ୍ତି । ଯଦିଓ ତାଲାବନ୍ଦ କାରଣରୁ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ମାତ୍ରା ଏଥିସହିତ ହିଁ ଏହି ସମୟରେ ଲୋକଙ୍କୁ କିଛି ନୂଆ ଆଉ କିଛି ଭଲ ଅନୁଭୁତି ବି ମିଳିଛିି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଆଜି ଏକା ସଙ୍ଗେ ଆକାଶରେ ଦୃଶ୍ୟମାନ ହୋଇଥିଲା ସୌରମଣ୍ଡଳର ସବୁଠୁ ବଡ ଗ୍ରହ ତଥା ବୃହସ୍ପତି ଗ୍ରହ ଏବଂ ଜହ୍ନ । ଯାହାକୁ ଦେଖିବା ପାଇଁ କୌଣସି ଟେଲିସ୍କୋପର ଆବଶ୍ୟକତା ପଡି ନଥିଲା ବରଂ ଖାଲି ଆଖିରେ ଏହି ଅପୂର୍ବ ଦୃଶ୍ୟ ଅତି ସ୍ପଷ୍ଟଭାବେ ନଜର ଆସିଥିଲା । ଆଜି ଭୋରୁ ଭୋରୁ ସମୟରେ ଆକାଶରେ ଏକାସଙ୍ଗେ ନଜର ଆସିଥିଲା ଏଭଳି ଏକ ଅଦଭୁତ ଦୃଶ୍ୟ । ଯେଉଁଠି ପାହାନ୍ତିଆ ଆକାଶରେ ଏକାଠି ଦୃଶ୍ୟମାନ ହୋଇଥିଲା ଜହ୍ନ ଏବଂ ବୃହସ୍ପତି ଗ୍ରହ । ତେବେ ଆକାଶରେ ଉଭୟେ ପରସ୍ପରର ନିକଟତର ହୋଇଥିଲେ ମଧ୍ୟ ମାତ୍ର ଏହା ଏତେ ବି ନିକଟତର ହୋଇନଥିଲେ ଯାହାକୁ ଗୋଟିଏ ଟେଲିସ୍କୋପରେ ଦେଖିବା ସମ୍ଭବପର ହୋଇନଥିଲା । କିନ୍ତୁ ପ୍ରକୃତିର ଏହି ଅପୂର୍ବ ତଥା ଅଦଭୁତ ଦୃଶ୍ୟକୁ ଆପଣ ବିନା କୌଣସି ବୈଜ୍ଞାନିକ ଉପକରଣରେ ବି ଦେଖିପାରିଥାନ୍ତେ ।

ଏଠାରେ ଆମେ କହି ରଖୁଛି ଯେ, କିଛି ଦିନ ପୂର୍ବରୁ ଆକାଶରେ ଜହ୍ନ ସହ ଉଜ୍ୱଳମାନ ଶୁକ୍ର ଗ୍ରହକୁ ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏହି ଅପୂର୍ବ ଦୃଶ୍ୟ ଏତେ ମନଲୋଭା ଥିଲା କି ଅନେକ ଲୋକେ ଏହି ଦୃଶ୍ୟକୁ ଖାଲି ଆଖିରେ ବେଶ୍ ଉପଭୋଗ କରିଥିଲେ ।