ମନ ବାରମ୍ବାର ବିଚଳିତ ହେଉଛି କି ? ଜାଣିରଖନ୍ତୁ ସମାଧାନର କିଛି ଉପାୟ ।

Advertisment
ମନ ବାରମ୍ବାର ବିଚଳିତ ହେଉଛି କି ? ଜାଣିରଖନ୍ତୁ ସମାଧାନର କିଛି ଉପାୟ ।

source : spriska

ଅନେକ ଲୋକ ଅଛନ୍ତି ,ଯେଉଁମାନେ ଛୋଟ ଛୋଟ କଥାରେ ବିଚଳିତ ହୋଇଉଠନ୍ତି ,ଅବା ଟେନସନରେ ଆସିଯାଆନ୍ତି। ସେମାନେ କ’ଣ କରିବେ,କିଛି ଠିକ୍ କରିପାରନ୍ତି ନାହିଁ। ଏଭଳି ପରିସ୍ଥିତି ଉପୁଜିଲେ ,କେତୋଟି ଛୋଟ ଉପାୟ ଆପଣାଇଥିଲେ,ଟେନସନ୍ ଦୂରେଇ ଯିବ ଓ ମନ ଶାନ୍ତ ରହିବ। ପ୍ରଥମ କଥା ହେଲା ନିଜ ଶରୀରକୁ ଗତି ଦିଅନ୍ତୁ। ଦୌଡ଼ିବା,ଯୋଗାଭ୍ୟାସ,ସନ୍ତରଣ ଆଦି ବ୍ୟାୟାମ ମଧ୍ୟରୁ ଯେଉଁଟି ଆପଣଙ୍କର ପସନ୍ଦ,ତାହା କରନ୍ତୁ। ଏହା ଫଳରେ ଆପଣଙ୍କ ମନ ଶାନ୍ତ ହେବ।publive-imageଯଦି ଆପଣ ବ୍ୟାୟାମ କରିବାକୁ ଚାହୁଁନାହାନ୍ତି,ତେବେ ଗଭୀର ନିଃଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ଏପରି କରିଲେ ଆପଣଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିବ। ଯଦି ମନ ଅଶାନ୍ତ ବା ବିଚଳିତ ହେଉଛି,ତେବେ ଏହାକୁ ଗମ୍ଭୀରତାର ସହ ନିଅନ୍ତୁ। ଦିନରେ ଥରେ ନୃତ୍ୟ କରିଲେ ମନ ଶାନ୍ତ ଓ ଅବିଚଳିତ ରହିବ। ଯଦି ଆପଣଙ୍କ ମସ୍ତିଷ୍କ ଅଧିକ କ୍ରିୟାଶୀଳ,ତେବେ କ୍ରମାଗତ ଭାବେ ନିଜର ଅତୀତ ବା ଭବିଷ୍ୟତ ସଂପର୍କରେ ଚିନ୍ତା କରନ୍ତୁ ନାହିଁ। ବର୍ତ୍ତମାନରେ ରହି ଆପଣ କିଭଳି ସୁଖୀ ରହିବେ ସେ ବିଷୟରେ ନୀରବରେ ଭାବନ୍ତୁ। ଏହା ଫଳରେ ମନ ବିଚଳିତ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe