ଆସିଲା ମୁଡ ଅଫ୍ ଦି ନେସନ ସର୍ଭେ ରିପୋର୍ଟ : ଉତ୍ତର ପ୍ରଦେଶରେ ବିଜେପିକୁ ଲାଗିବ ୪୪୦ ଝଟକା, ବୁଆ-ବବୁଆଙ୍କ ଆଗରେ କାମ କରିବନି ମୋଦି ମ୍ୟାଜିକ୍

319

କନକ ବ୍ୟୁରୋ : ୨୦୧୯ରେ ହେବ କାଣ୍ଟେ କି ଟକ୍କର । ସରକାର ଗଢିବାକୁ ଦୁଇ ପ୍ରମୁଖ ଜାତୀୟ ଦଳଙ୍କ ମଧ୍ୟରେ ଦେଖିବାକୁ ପ୍ରତିଯୋଗିତା । ଜାତୀୟ ଗଣମାଧ୍ୟମ ଆଜତକର ମୁଡ୍ ଅଫ ଦି ନେସନ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୧୯ରେ ଏଭଳି ସ୍ଥିତି ଉପୁଜିବ । ସର୍ଭେ ରିପୋର୍ଟ ଅନୁଯ୍ରାୀ, ଗୋଟିଏ ପଟେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଢିବାକୁ ସଂଘର୍ଷ କରିବାକୁ ଥିବା ବେଳେ ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମଧ୍ୟ ବହୁମତ ଠାରୁ ବେଶ ପଛରେ ରହିବ । ଉତ୍ତର ପ୍ରଦେଶର ଫଳାଫଳ ହିଁ କହିବ ଦିଲ୍ଲୀରେ କିଏ ଗଢିବ ସରକାର ।

ଇଣ୍ଡିଆ ଟୁଡେ ଓ କାର୍ବି ଇନସାଇଟସର ସର୍ଭେ ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶରେ ବୁଆ ବବୁଆଙ୍କ ମେଣ୍ଟ ଆଗରେ ଫିକା ପଡିଯିବ ମୋଦି ମ୍ୟାଜିକ । ଉତ୍ତର ପ୍ରଦେଶରେ ଗେରୁଆ ଗଡ ଭାଙ୍ଗିବେ ମାୟାବତୀ ଓ ଅଖିଳେଶ । ୨୦୧୪ରେ ୭୩ଟି ଆସନ ଜିତିଥିବା ବିଜେପି ଓ ଅପନା ଦଳ ୨୦୧୯ ନିର୍ବାଚନରେ ଚିତପଟାଙ୍ଗ ମାରିବେ । ଏସପି-ବିଏସପି-ଆରଏଲଡି ମେଣ୍ଟ ଆଗରେ ଫେଲ ମାରିବ ମୋଦି ମ୍ୟାଜିକ । ଏହି ୩ ଦଳ ମଧ୍ୟରେ ମେଣ୍ଟ ବିଜେପି ପାଇଁ ଘାତକ ସାବ୍ୟସ୍ତ ହେବାକୁ ଯାଉଛି । ଯଦି ଏହି ୩ଟି ଦଳ ମିଶି ନିର୍ବାଚନ ଲଢନ୍ତି ତେବେ ବିଜେପିକୁ ୨୦୧୯ରେ ମାତ୍ର ୧୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ । ଏହାବାଦ ଯଦି ଏହି ମେଣ୍ଟରେ କଂଗ୍ରେସ ଏଣ୍ଟ୍ରି କରେ ତେବେ ବିଜେପିର ଅ।।ସନ ସଂଖ୍ୟା ୭୩ରୁ ୫ଟି ଖସି ଆସିପାରେ । ଯାହା ବିଜେପିକୁ ୪୪୦ ଭୋଲ୍ଟର ଝଟକା ଦେବ ।

ଏସପି-ବିଏସପି-ଆରଏଲଡି-କଂଗ୍ରେସ ଯଦି ମେଣ୍ଟ କରି ନିର୍ବାଚନ ଲଢନ୍ତି ତେବେ ୭୫ଟି ଆସନ ହାତେଇବ ଏହି ମେଣ୍ଟ । ଏହାବାଦ୍ ଯଦି ଉତ୍ତର ପ୍ରଦେଶରେ ସମସ୍ତ ଦଳ ଅଲଗା ଅଲଗା ନିର୍ବାଚନ ଲଢନ୍ତି ତେବେ ବିଜେପିକୁ ୫୭ଟି ଆସନ ମିଳିବ । ଏହାଦ୍ୱାରା ମଧ୍ୟ ୨୦୧୪ ତୁଳନାରେ ୧୪ଟି ଆସନ ଘାଟାରେ ରହିବ ବିଜେପି । ଯଦି ଏସପି-ବିଏସପି-ଆରଏଲଡି ମେଣ୍ଟ ସାଥୀ ହୋଇ ନିର୍ବାଚନ ଲଢନ୍ତି ତେବେ ଏହି ମେଣ୍ଟକୁ ୫୮ଟି ସିଟ୍ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୪ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡିବ । ଆଉ ଯଦି ସର୍ଭେ ରିପୋର୍ଟ ଅନୁଯାୟୀ ଫଳାଫଳ ଆସେ ତେବେ ବିଜେପିର ଆଉଥରେ ଦିଲ୍ଲୀ ଦଖଲ ଅଭିଯାନରେ ପୂର୍ଣ୍ଣଚ୍ଛେଦ ପଡିପାରେ ।