ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ୧୬ରୁ ଖୋଲିବ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ

915

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ୧୬ରୁ ଖୋଲିବ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ । ଏନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଏହା ଖୋଲାଯିବ । କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଏପ୍ରିଲ ୧୫ରୁ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ବନ୍ଦ ରହିଛି ।

ତେବେ ଏଗୁଡ଼ିକ ଖୋଲିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରୋନା ନିୟମାବଳୀ ପାଳନ ହେବ । ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ) ପକ୍ଷରୁ କୁହାଯ଼ାଇଛି ଯ଼େ ଆସନ୍ତା ୧୬ ତାରିଖରୁ ବିଭାଗ ଅଧିନରେ ସାରା ଦେଶରେ ଥିବା ଐତିହ୍ୟସ୍ଥଳୀ ଓ ମ୍ୟୁଜିୟମଗୁଡ଼ିକ ଖୋଲିବ । ଓଡ଼ିଶାରେ ଏସଆଇ ଦ୍ବାରା ସଂରକ୍ଷିତ ପ୍ରାୟ ୮୦ଟି ଐତିହ୍ୟସ୍ଥଳୀ ରହିଛି । ଏଗୁଡ଼ିକ ମଧ୍ୟରେ ରହିଛି ପୁରୀ ଶ୍ରୀମନ୍ଦିର, କୋଣାର୍କର ସୂର୍ୟ୍ୟ ମନ୍ଦିର ଓ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର । ଏହା ସହିତ ୩ଟି ମ୍ୟୁଜିୟମ ଲଳିତଗିରି, ରତ୍ନଗିରି ଓ କୋଣାର୍କଠାରେ ରହିଛି । ଏସବୁ ଐତିହ୍ୟସ୍ଥଳୀ ଓ ମ୍ୟୁଜିୟମ ଏଏସଆଇ ଭୁବନେଶ୍ବର ସର୍କଲ ଅଧିନରେ ଆସୁଛି ।