ଓଡ଼ିଶା ଛାଡ଼ୁଛି ‘ମୌସୁମୀ’: ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଛାଡ଼ିଲା, ଦୁଇ ଦିନରେ ପୂରା ରାଜ୍ୟରୁ ପ୍ରତ୍ୟାବର୍ତ୍ତନ

712

କନକ ବ୍ୟୁରୋ: ଜୁନ୍ ୨୧ରେ ଓଡ଼ିଶା ଛୁଇଁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାରଠାରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛି। ପ୍ରଥମ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶା ଯଥା ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି। ମୌସୁମୀ ପ୍ରତ୍ୟାବର୍ତ୍ତନ ଲାଗି ପାଗ ଅନୁକୂଳ ରହିଥିବାରୁ ଆସନ୍ତା ୨ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

https://indianexpress.com

କୁହାଯାଇଛି ଯେ ୧୫ ତାରିଖ ସକାଳ ସୁଦ୍ଧା ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଧା, ପୁରୀ, ଜଗତସିଂହପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ। ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ମେଘୁଆ ପାଗ ଲାଗିରହିବ। ସ୍ଥାନେ ସ୍ଥାନେ ହାଲକା ବର୍ଷା ହୋଇପାରେ। ଫଳରେ ତାପମାତ୍ରା ସାମାନ୍ୟ କମିବା ସହ କେତେକ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଇବ। ୨୧ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ।