କନକ ବ୍ୟୁରୋ : ଅସହ୍ୟ ତାତି ଭିତରେ ଆଜି କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସୁଛି । ଦୀର୍ଘ ଦିନ ଧରି ଲୋକେ ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୫ଡିଗ୍ରୀ ଉପରକୁ ଚାଲିଯାଇଛି । ଲୋକେ ଘରୁ ବାହାରିବା ଏକପ୍ରକାର ଅସମ୍ବବ ହୋଇପଡିଛି । କାମ ଦାମ ସବୁ ଠପ୍ । ରାସ୍ତା କଡରେ ଛୋଟ ବ୍ୟବସାୟ କରୁଥିବା ବ୍ୟବସାୟୀ ବି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।
ଆଜି ସକାଳୁ ସକାଳୁ ମଧ୍ୟ ତାତି କଲବଲ କରିବା ଆରମ୍ଭ କରିଦେଇଛି । ସକାଳୁ ସକାଳୁ ଭବାନୀପାଟଣାରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଯାଇଛି । ସକାଳ ୮.୩୦ ସୁଦ୍ଧା ଭବନୀପାଟଣାରେ ୩୯ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି । ତାପମାତ୍ରା ବୃଦ୍ଧି କାରଣରୁ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ଏହାରି ଭିତରେ ଶୀଘ୍ର ମୌସୁମୀ ଆସିଲେ ତାତିରୁ ସାମାନ୍ୟ ତ୍ରାହି ମିଳିବ ବୋଲି ଅନାଇ ବସିଛନ୍ତି ଲୋକେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/image.jpg)