ସଅଳ ଆସିବ ମୌସୁମୀ । ଜୁନ୍ ୧୦ ତାରିଖରେ ଛୁଇଁବ ଓଡିଶା ।

1,061

କନକ ବ୍ୟୁରୋ : ଏଥର ଶୀଘ୍ର ଆସିବ ମୌସୁମୀ । ଜୁନ ୧୦ ତାରିଖରେ ଓଡିଶା ଛୁଇଁବ ମୌସୁମୀ । ମୌସୁମୀ ଶୀଘ୍ର ଆସିବା ନେଇ ସୂଚନା ଦେଇଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ । ମିଳିଥିବା ସୂଚନା ଅନୁଯାୟୀ, ନିର୍ଦ୍ଧାରିତ ସମୟର ୧୦ ଦିନ ପୂର୍ବରୁ କେରଳ ଛୁଇଁବ ମୌସୁମୀ । ଜୁନ୍ ୧ ତାରିଖରେ ଏହା କେରଳ ଛୁଇଁବ ବୋଲି ଜଣାପଡିଛି ।

ତେବେ ସବୁଠାରୁ ବଡ କଥା ହେଉଛି, ଦେଶରେ ପାଖାପାଖି ୪ ମାସ ଧରି ମୌସୁମୀ ଅନୁଭବ ହେବ । ପ୍ରଥମ ଭାଗରେ ତାମିଲନାଡୁର ବିଭିନ୍ନ ଅଞ୍ଚଳ ଛୁଇଁବା ପରେ ଜୁନ୍ ୫ ତାରିଖରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଦେଇ ଓଡିଶାକୁ ଛୁଇଁବ । ଜୁନ୍ ୧୦ ତାରିଖରେ ମୌସୁମୀ ଓଡିଶାରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ପ୍ରାୟ ୯୩ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି । ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବା ଫଳରେ ଖରିଫ ଋତୁରେ ଚାଷବାସ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ ।