ଓଡିଶା ଆସୁଛି ମୌସୁମୀ । ୨ରୁ ୩ ଦିନ ଭିତରେ ମୌସୁମୀର ଓଡିଶା ପ୍ରବେଶ ନେଇ ଆକଳନ ।

196

କନକ ବ୍ୟୁରୋ: ଓଡିଶା ଆସୁଛି ମୌସୁମୀ । ଆସନ୍ତା ୨ରୁ ୩ ଦିନ ଭିତରେ ଓଡିଶାରେ ପ୍ରବେଶ କରିପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ସେହି ସମୟ ମଧ୍ୟରେ ଓଡିଶା ସମେତ ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ବି ଛୁଇଁବ ମୌସୁମୀ ବାୟୁ । ତେବେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ,ମଧ୍ୟପ୍ରଦେଶ, ବିହାରରେ ମଧ୍ୟ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ପ୍ରବେଶ କରିପାରେ । ସେପଟେ ମହାରାଷ୍ଟ୍ର ଓ ଗୁଜୁରାଟର କିଛି ଅଂଚଳରେ ଆଗୁଆ ମୌସୁମୀ ପ୍ରବେଶ କରି ସାରିଛି । ମୌସୁମୀ ପ୍ରଭାବରେ ଏବେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି । କିଛି କିଛି ସ୍ଥାନରେ ଜଳବନ୍ଦୀ ହେବା ଭଳି ମଧ୍ୟ ପରିସ୍ଥିତି ଉପୁଜିଛି । ଆଜି ସକାଳୁ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି । ରାସ୍ତା ଉପରେ କୃତ୍ରିମ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି ।