ସ୍କାଏମେଟର ଆକଳନ । ଚଳିତ ମାସ ଶେଷ ସୁଦ୍ଧା କେରଳ ଛୁଇଁବ ମୌସୁମୀ

146

କନକ ବ୍ୟୁରୋ : ଦେଶର ଚାଷୀ ମାନଙ୍କ ପାଇଁ ଖୁସି ଖବର ଆଣିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ । ସ୍କାଏମେଟର ସୂଚନା ମୁତାବକ ଚଳିତ ମାସ ଶେଷ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ । ଏହାସହ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ସଂସ୍ଥା ତରଫରୁ ପୂର୍ବାନୁମାନ କରାଯାଇଛି ।

ସ୍କାଏମେଟର ନୂଆ ରିପୋର୍ଟ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୩୦ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହି ତାରିଖ ୨-୩ ଦିନ ଆଗପଛ ହୋଇପାରେ । କେରଳରେ ଯ଼ଦି ମେ ୩୦ରେ ମୌସୁମୀ ଛୁଏଁ ତେବେ ଓଡ଼ିଶା ଆସୁ ଆସୁ ଜୁନ ୮ ରୁ ୧୦ ତାରିଖ ହୋଇଯ଼ିବ । ଅର୍ଥାତ ରଜ ଉତ୍ସବ ବେଳକୁ ସମଗ୍ର ରାଜ୍ୟରେ ମୌସୁମୀ ପହଞ୍ଚିସାରିଥିବ ।

ପୁଣି ଏବର୍ଷ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ରହିବ । ଏହା ୧୦୩ ପ୍ରତିଶତ ରହିବା ଆଶା କରାଯ଼ାଉଛି ଓ ଏଥିରେ ୫ ପ୍ରତିଶତ କମବେଶୀ ହୋଇପାରେ । ଏହା ସ୍ବାଭାବିକ ବର୍ଷା ଆଡ଼କୁ ଇଙ୍ଗିତ କରୁଛି ବୋଲି ସ୍କାଏମେଟ୍ କହିଛି ।

ସ୍କାଏମେଟ ପକ୍ଷରୁ ଆହୁରି ମଧ୍ୟ କୁହାଯ଼ାଇଛି ଯ଼େ ଭାରତକୁ ମୌସୁମୀର ଆଗମନ ଉଭୟ ଆରବ ସାଗର ଓ ବଙ୍ଗୋପସାଗରର ସାମୁଦ୍ରିକ ପାଣିପାଗ ଉପରେ ନିର୍ଭର କରେ । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବ ଆସନ୍ତା ୨୨ ତାରିଖ ବେଳକୁ ଶେଷ ହୋଇଯ଼ାଇଥିବ । ତାହା ମୌସୁମୀ ବାୟୁର ଆଗମନକୁ ବିଶେଷ ପ୍ରଭାବିତ କରିବ ନାହିଁ ।

Comments are closed.