କନକ ବ୍ୟୁରୋ : ଆଜି କେରଳ ଛୁଇଁବ ମୌସୁମୀ । ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ ସପ୍ତାହରେ କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ୮ ଦିନ ବିଳମ୍ବରେ ଭାରତରେ ପ୍ରବେଶ କରିଛି । ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କେରଳ ଓ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏହି ସମୟ ମଧ୍ୟରେ ଉତ୍ତର ପୂର୍ବାଂଚଳ ରାଜ୍ୟଗୁଡିକରେ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ।
ତେବେ ଓଡିଶାରେ ମୌସୁମୀ ବାୟୁ ପ୍ରବେଶ ନେଇ ଅନିୟମିତତା ଲାଗି ରହିଛି । ବଙ୍ଗୋପସାମରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାର ଅଧିକାଂଶରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । କିନ୍ତୁ ଦୁଇ ଦିନ ପରେ ପରିସ୍ଥିତି ପୂର୍ବାବସ୍ଥା ଫେରିପାଇବ । ପଶ୍ଚିମ ଓଡିଶାରେ ତାପମାତ୍ରା ୪୫ଂ ଡେଇଁବା ସହ ଉପକୂଳ ଓଡିଶାରେ ପାରଦ ୪୦ଂ ଉପରେ ରହିବ । ସେପଟେ ରଜ ପୂର୍ବରୁ ମୌସୁମୀ ଆସିବା ନେଇ ଯେଉଁ ପୂର୍ବାନୁମାନ ହେଇଥିଲା, ତାହା ଏବେ ଫସର ଫାଟିବାକୁ ଯାଉଛି । ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ମୌସୁମୀ ଓଡିଶାରେ ପହଂଚିବା ସମ୍ଭାବନା ଦେଖାଯାଉନାହିଁ ।