କନକ ବ୍ୟୁରୋ: ଏଥର ଦେଶରେ ମୌସୁମୀ ଆହୁରି ବିଳମ୍ବରେ ପହଞ୍ଚିବ। ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରର ଦକ୍ଷିଣ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କେରଳ ଉପକୂଳରେ ମେଘ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଚଳିତ ବର୍ଷ କେରଳରେ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହେବ।
ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଓ ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ପାଗ ମେଘୁଆ ରହିଛି। ଖୁବଶୀଘ୍ର ପ୍ରବଳ ସାମୁଦ୍ରିକ ଝଡ଼ ମୌସୁମୀକୁ କେରଳ ଉପକୂଳ ଆଡ଼କୁ ଅଗ୍ରସର କରିବାରେ ସହାୟତା କରିପାରେ । ଏଣୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିଲେ ମୌସୁମୀ କେରଳରେ ପହଞ୍ଚିପାରେ ବୋଲି ବିଭାଗ କହିଛି ।
Follow Us