କନକ ବ୍ୟୁରୋ : ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ୍ ୧୯ଟି କାର୍ଯ୍ୟ ଦିବସ ରହିଛି । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭିତରେ ସଂସଦ ଅଧିବେଶନ ବେସ ସରଗରମ ହେବାକୁ ଯାଉଛି । ପୂର୍ବ ପରି ସାଂସଦମାନେ ଉଭୟ ଗୃହରେ ଦୂରତା ରକ୍ଷା କରି ବସିବେ ।
ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ଲୋକସଭାର ୪୪୪ ସଦସ୍ୟ ଓ ରାଜ୍ୟସଭାର ୨୧୮ଜଣ କରୋନା ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି । ତେବେ କେତେକ ସଦସ୍ୟ କରୋନା ସଂକ୍ରମିତ ହୋଇ ଦ୍ୱିତୀୟ ଡୋଜ୍ ନେଇପାରି ନଥିବା ମଧ୍ୟ ଜଣାପଡିଛି । କରୋନା ମହାମାରୀ କାରଣରୁ ଗତବର୍ଷ ଶୀତ ଅଧିବେଶନ ବସିନଥିଲା । ମୌସୁମୀ ଓ ବଜେଟ୍ ଅଧିବେଶନକୁ କାଣ୍ଟଛାଣ୍ଟ କରିବାକୁ ପଡିଥିଲା । ତେବେ ଆଗାମୀ ଅଧିବେଶନରେ ୪୦ରୁ ଅଧିକ ବିଲ ଓ ୫ଟି ଅଧ୍ୟାଦେଶ ପାରିତ କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/Parliament.jpg)