ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ରହିବ ୮ଟି କାର୍ଯ୍ୟଦିବସ ।

ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ରହିବ ୮ଟି କାର୍ଯ୍ୟଦିବସ ।

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ସେପ୍ଟେ୍ମ୍ବର ୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ୯ ଦିନରୁ ୮ ଦିନ କାର୍ଯ୍ୟଦିବସ ରହିବ । ୮ ଦିନରୁ ୭ ଦିନ ଅଫିସିଆଲ ବିଜନେସ ପାଇଁ ନିଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅଥାର୍ତ ୩ ସେପ୍ଟେମ୍ବର ପ୍ରାଇଭେଟ ମେମ୍ବର୍ସ ବିଜନେଓ ପାଇଁ ଧାର୍ଯ୍ୟ ହୋଇଛି । ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଚଳିତ ମୌସୁମୀ ଅଧିବେଶନରେ ଅନେକ ଗୁଡିଏ ବିଲ୍ ଗୃହରେ ପାରିତ ହୋଇପାରେ । ତେବେ ଗୃହକୁ ସ୍ୱାଭାବିକ ଭାବେ ଚଳାଇବା ବାଚସ୍ପତିଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ । ବିରୋଧୀ ମାନେ ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଗୃହରେ ଅଡୁଆରେ ପକାଇ ପାରନ୍ତି । ତେଣୁ ଶାସକ ଦଳର କଣ ଋଣନୀତି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe