ବିଧାନସଭାରେ ଶୋକ ପ୍ରସ୍ତାବକୁ ନେଇ ରାଜନୀତି ! ବିଜେପି ବିଧାୟକ ଦଳ ନେତା କହିଲେ, ବାଜପେୟୀଙ୍କ ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହେଲେ ପରେ ଭୁଲିଗଲେ

Advertisment
ବିଧାନସଭାରେ ଶୋକ ପ୍ରସ୍ତାବକୁ ନେଇ ରାଜନୀତି ! ବିଜେପି ବିଧାୟକ ଦଳ ନେତା କହିଲେ, ବାଜପେୟୀଙ୍କ ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହେଲେ ପରେ ଭୁଲିଗଲେ

କନକ ବ୍ୟୁରୋ: ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ହେଲେ ବିଧାନସଭା ଆରମ୍ଭରୁ ହିଁ ଦେଖାଦେଇଛି ବିବାଦ । ଏହି ବିବାଦ ଶୋକପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି । ଗୃହରେ ଦିବଂଗତ ନେତାଙ୍କୁ ଶୋକପ୍ରସ୍ତାବ ସମୟରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଦିବଂଗତ ନେତା ବାଜପେୟୀ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ହେବା କ୍ଷେତ୍ରରେ ଏକ ବଡ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଏବେ ଓଡିଶାକୁ ଯେଭଳି ଶାସନ କରାଯାଉଛି ତାହା ଦେଖିଥିଲେ ବାଜପେୟୀ ପଶ୍ଚତାପ କରିଥାନ୍ତେ ବୋଲି କେଭି ସିଂଦେଓ କହିଛନ୍ତି । ସେପଟେ ଏହାକୁ ବିରୋଧ କରିଛି ବିଜେଡି । କେଭିଙ୍କ ଏଭଳି ବିବୃତିକୁ ବିରୋଧ କରିଛି ବିଜେଡି । ବିଜେଡି ବିଧାୟକ ରୋହିତ ପୂଜାରି କହିଛନ୍ତି ଶୋକ ପ୍ରସ୍ତାବକୁ ନେଇ ରାଜନୀତି କରିବା ଦୃଷ୍ଟାନ୍ତ ନଥିଲା । ବିଧାନସଭା ଇତିହାସରେ ଏହା ପ୍ରଥମ ଘଟଣା । ଅନ୍ୟପଟେ ବାଜପେୟୀଙ୍କ ଦେହାନ୍ତ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

publive-image

ଆଜି ଗୃହରେ କେବଳ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ଆସନ୍ତାକାଲି ଗୃହରେ ୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭା ଆରମ୍ଭ ମାତ୍ରେ ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ନବୀନ ପଟ୍ଟନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ଶୋକପ୍ରସ୍ତାବ ଆଗତ କରିଥିଲେ। ପରେ ପରେ ବିରୋଧୀ ଦଳ ନେତା ତଥା କଂଗ୍ରସ ବିଧାୟକ ନରସିଂହ ମିଶ୍ର ଶୋକପ୍ରସ୍ତାବ ଉପରେ ଅଭିଭାଷଣ ରଖିଥିଲେ । ତେବେ ସେପ୍ଟମ୍ବର ୨୦ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନରେ ମୋଟ୍ ୧୧ଟି କାର୍ଯ୍ୟଦିବସ ରହିଛି।

publive-image

୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଏହି ଅଧିବେଶନରେ ଆଗତ ହେବ। ୬ ତାରିଖରେ ବିଧାନ ପରିଷଦ ନେଇ ସଂକଳ୍ପ ଆସିବ। ଅଧିବେଶନରେ ମୋଟ୍ ୪ଟି ବିଲ୍ ଆସିବ। ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୋଟିଏ ଦିନ ଗୃହ ମୁଲତବୀ ରହିବ ବୋଲି ଗତକାଲି ବିଧାନସଭାର କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସବୁ ଦଳର ବିଧାୟକ ଅଂଶଗ୍ରହଣ କରିଛନ୍ତି। ଏହାବାଦ୍ ଗୃହରେ ଅନ୍ୟ କୌଣସି କାର୍ଯ୍ୟ ରଖାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe