କନକ ବ୍ୟୁରୋ : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ ୩୦ ତାରିଖ ପୂର୍ବରୁ ବସିବ। ଏ ନେଇ ଆଜି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର। ତେବେ କରୋନା ମହାମାରୀ ସମୟରେ ବୈଠକ ବିଧାନସଭାରେ ହେବ କି ଅନ୍ୟ କେଉଁଠି ସେ ନେଇ ସ୍ଥାନ ନିରୂପଣ ହୋଇପାରି ନଥିବା ନେଇ ସେ କହିଛନ୍ତି।
କୋଭିଡ୍ କଟକଣା ଭିତରେ କିପରି ଗୃହ ପରିଚାଳନା କରିବାକୁ ହେବ ସେ ସମ୍ପର୍କରେ ଶ୍ରୀ ପାତ୍ର ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ ବାଚସ୍ପତିଙ୍କ ସହ ଆଲୋଚନା କରିଥିବା ଜଣାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/Odisha-assembly.jpg)