କନକ ବ୍ୟୁରୋ : ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଶରଦ ପାୱାରଙ୍କ ମତକୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । କାରଣ ଏହି ବିଲ୍ ସୋମବାର କିମ୍ବା ମଙ୍ଗଳବାର ଦିନ ସଂସଦରେ କେନ୍ଦ୍ର ସରକାର ଉପସ୍ଥାପନ କରିବାକୁ ଯାଉଥିବା ବେଳେ ରାଜ୍ୟସଭାରେ ଶରଦ ପାୱାର ଉପସ୍ଥିତ ନରହିପାରନ୍ତି ବୋଲି ଆଶଂକା କରାଯାଉଛି ।

Advertisment

ସେପଟେ ଯେଉଁଦିନ ସରକାର ସଂସଦରେ ଏହି ବିଲ୍ ଉପସ୍ଥାପନ କରିବେ ସେହିଦିନ ପୁଣେରେ ପ୍ରଧାନମନ୍ତ୍ରୀଙ୍କୁ ତିଲକ ପୁରସ୍କାରରେ ସମ୍ମାନୀତ କରାଯିବ । ଏହି ପୁରସ୍କାର ଶରଦ ପାୱାର ମୋଦୀଙ୍କୁ ପ୍ରଦାନ କରିବେ । ଏଣୁ ଏବେ ପ୍ରଶ୍ନ ଉଠୁଛି କି, ଦିଲ୍ଲୀ ଅଧ୍ୟାଦେଶ ଉପରେ ଶରଦ ପାୱାର ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ ଦେବାକୁ ତ କଥା ଦେଇଥିଲେ । ହେଲେ ଏବେର ସ୍ଥିତି ଦେଖିଲେ ପାୱାରଙ୍କ ମତ ଉପରେ ସନ୍ଦେହ ସୃଷ୍ଟି ହୋଇଛି ।

ଅନ୍ୟପଟେ ଗୋଟିଏ ମଞ୍ଚରେ ମୋଦୀ ଓ ପାୱାରଙ୍କ ଭେଟକୁ ସହଜରେ ଗ୍ରହଣ କରିପାରୁନାହିଁ ଇଣ୍ଡିଆ ମେଣ୍ଟା ମେଣ୍ଟ ତରଫରୁ ମଧ୍ୟ ପାୱାରଙ୍କ ଗତିବିଧିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଶୁକ୍ରବାର ଦିନ ଜାତୀୟ ଗଣମାଧ୍ୟମରେ ଅଜିତ ପାୱାର ଓ ଶରଦ ପାୱାରଙ୍କ ସଂପର୍କକୁ ନେଇ କିଛି ରୋଚକ ଖବର ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଥିଲା କି ଅଜିତ ପାୱାର ଏନସିପି ଛାଡି ବିଜେପି ମେଣ୍ଟରେ ଯୋଗ ଦେବା ପରେ ଶରଦ ପାୱାର ଯେଭଳି ଭାବେ ଅଜିତ ପାୱାରଙ୍କ ଉପରେ ରାଗିଥିଲେ ତାହା ଧିରେ ଧିରେ ଶୀତଳ ପଡୁଛି ଓ ଶରଦ ପାୱାର ଅଜିତ ପାୱାରଙ୍କ ପ୍ରତି ନରମ ମନୋଭାବ ପୋଷଣ କରୁଛନ୍ତି ।