ରାଜ୍ୟସଭାର ୧୧ ସାଂସଦ ନିଲମ୍ବିତ ।  ସଂସଦରେ ହୋହାଲ୍ଲା କରିବାରୁ କଡା କାର୍ଯ୍ୟାନୁଷ୍ଠାନ ।

331

 କନକ ବ୍ୟୁରୋ:  ମୌସୁମୀ ଅଧିବେସନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା କରିବାରୁ ୧୧ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟି, ଓ ଯାଞ୍ଚ  ଏଜେନ୍ସି ଗୁଡିିକର କାର୍ଯ୍ୟପନ୍ଥାକୁ ନେଇ ସାଂସଦଙ୍କୁ  ୧ ସପ୍ତାହ ପାଇଁ ସଂସଦରୁ ନିଲମ୍ବନ କରିଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ସୋମବାର ୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା ।

 ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି ତୃଣମୂଳ କଂଗ୍ରେସ ଓ ଡିଏମକେର ସାଂସଦ । ସୁସ୍ମିତା ଦେବ, ଡ. ଶାନ୍ତନୁ ସେନ୍, ଡୋଲା ସେନ୍,   ଶାନ୍ତି ଛେତ୍ରି, ମୋହମ୍ମଦ ଅବଦୁଲ୍ଲା, ଏଏ ରହିମ୍, ଏଲ ଯାଦବ, ଶିବାଦାସନ, ଅବୀର ରଂଜନ ବିଶ୍ୱାସ, ଓ ନଦୀମୂଲ ହକ୍ । ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟିି କରିଥିବାରୁ ଧାରା ୨୫୬ ଅଧିନରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।