କନକ ବ୍ୟୁରୋ : ଓଡିଶାରୁ ଫେରୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡିଶା କିଛି ଜିଲ୍ଲାରୁ ଛାଡି ଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ମୌସୁମୀ ବାୟୁ ଫେରିଯିବ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ରାୟ ଅଧା ଓଡିଶାରୁ ମୌସୁମୀ ଫେରିଯାଇଛି ।
ତେବେ ଲଘୁଚାପ ଫଳରେ ଗତ କିଛିଦିନ ତଳେ ରାଜ୍ୟରେ ବର୍ଷା ଲାଗି ରହିଥିଲା । ଏଥିରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଅଧିକ ସ୍ଥାନ ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ପାଗ ଶୁଖିଲା ରହିଛି । ମୌସୁମୀ ଫେରିବା ପରେ ରାଜ୍ୟରେ ଶୀତ ଅନୁଭୂତ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/7-3.jpg)