ଓଡିଶା ଛୁଇଁଲା ମୌସୁମୀ । ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ।

1,172

କନକ ବ୍ୟୁରୋ: ଓଡିଶା ଛୁଇଁଲା ମୌସୁମୀ । ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । କାଲି ରାତିଠୁ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଆଜି ମୌସୁମୀ ବାୟୁ ସକ୍ରିୟ ରହିଛି । ସ୍ୱାଭାବିକ ସମୟର ୪ଦିନ ପୂର୍ବରୁ ଓଡିଶା ଛୁଇଁଛି ମୌସୁମୀ ବାୟୁ । ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।