କନକ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରିରହିଛି କାଳବୈଶାଖୀ ବର୍ଷା । ଏହାକୁ ନଜରରେ ରଖି ଏସଆରସି ବଡ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସ୍ଥାନରେ ବିଜୁଳି ସଂଯୋଗ କଟିଯାଇଛି ତୁରନ୍ତ ଠିକ କରିବାକୁ ଡିସକମକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ଗଛ ପଡି ଯେଉଁଠାରେ ରାସ୍ତା ଅବରୋଧ ହୋଇଛି ସେଠାକୁ ତୁରନ୍ତ ସଫା କରିବାକୁ ସେ ଅଗ୍ନିଶମ ବାହିନୀକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ କ୍ଷୟକ୍ଷତି ହୋଇଛି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us