କନକ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୁଳ ରହିଛି । ଏଥର ଦେଶରେ ସ୍ୱାଭାବିକ ଠାରୁ ଭଲ ବର୍ଷ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗରେ ହେବ ନିଆଂଟିଆ ବର୍ଷା । ରାଜ୍ୟ କେତେ ଅଂଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇପାରେ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର ।

ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ଦୀର୍ଘ ଅବଧି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୦୨୪ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରାଯାଇଛି । ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି
‘ଏଲ୍-ନିନୋ’ ପରେ ‘ଲା-ନିନା’ ପ୍ରଭାବ ଯୋଗୁଁ ଦେଶରେ ଭଲ ବର୍ଷା ହେବ
ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ୧୦୬ ପ୍ରତିଶତ ବର୍ଷା ହେବା ଆକଳନ
ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା

ତେବେ ଓଡ଼ିଶାରେ କିଛି ଅଂଚଳରେ ସ୍ୱାଭାବକ ବର୍ଷା ହେବ ଏବଂ କିଛି ଅଂଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆକଳନ ଅନୁଯାୟୀ ପୂର୍ବ ଓ ଉତର-ପୂର୍ବ ଭାରତର କିଛି ଅଂଚଳରେ କମ୍ ବର୍ଷା ହୋଇପାରେ । ସ୍ୱାଭାବିକ ଠାରୁ କମ୍ ବର୍ଷା ହେଲେ ଏହାର କୁପ୍ରଭାବ ପଡ଼େ ଚାଷ ଉପରେ ।

ଦେଶରେ ବର୍ଷା ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ହେଲେ ଭଲ ଫସଲ ହେବ । ତେବେ କେଉଁ ଅଂଚଳରେ କେତେ ବର୍ଷା ହେବ, ସେ ନେଇ ମେ’ ମାସ ଶେଷ ଆଡକୁ ପୂର୍ବାନୁମାନ ଜାରି କରିବ ପାଣିପାଗ ବିଭାଗ ।