କନକ ବ୍ୟୁରୋ: ଆଗକୁ ଅଗ୍ରସର ହେଲା ମୌସୁମୀ । ଦକ୍ଷିଣ ଓଡିଶାର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେଇଛି । ମିଳିଥିବା ସୂଚନା ମୁତାବକ, ଆଜି କଳାହାଣ୍ଡି, ରାୟଗଡା, ଗଜପତିକୁ ମୌସୁମୀ ବାୟୁ ପ୍ରବେଶ କରିଛି । ମୌସୁମୀ ବାୟୁ ଅଗ୍ରସର କରିବାକୁ ରାଜ୍ୟରେ ପାଗ ଅନୁକୂଳ ଥିବା ମଧ୍ୟ କୁହାଯାଉଛି । ଖାଲି ସେତିକି ନୁହେଁ, ୩ରୁ ୪ ଦିନ ଭିତରେ ମୌସୁମୀ ବାୟୁ ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବେଶ କରିବ । ଯାହାଫଳରେ ୨୧ରୁ ୨୨ ତାରିଖରେ ବର୍ଷାର ବିସ୍ତୃତି ବଢିବା ସହ ୨୩ ତାରିଖରେ ମୌସୁମୀ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ତା ସହିତ ଆଗାମୀ ୪୮ ଘଣ୍ଟା ପରେ ପ୍ରଚଣ୍ଡ ଗୁଳୁଗୁଳିର ମାତ୍ରା କମିବ ବୋଲି କୁହାଯାଇଛି ।