ଆଜି କେରଳ ଛୁଇଁପାରେ ମୌସୁମୀ : ରଜ ଆଡକୁ ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା; ପ୍ରାକ୍-ମୌସୁମୀ ବର୍ଷା ଜାରି

Advertisment
ଆଜି କେରଳ ଛୁଇଁପାରେ ମୌସୁମୀ : ରଜ ଆଡକୁ ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା; ପ୍ରାକ୍-ମୌସୁମୀ ବର୍ଷା ଜାରି

କନକ ବ୍ୟୁରୋ : ଆଜି କେରଳ ଛୁଇଁପାରେ ମୌସୁମୀ ବାୟୁ ।  ଏଥିପାଇଁ ପାଗ ଅନୁକୂଳ ରହିଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି କେରଳର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ଆସନ୍ତା ୨୪ ଘଂଟାରେ କେରଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଉପଗ୍ରହ ଚିତ୍ରରୁ ଜଣାପଡୁଛି, କେରଳ ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗର ଅଂଚଳ ଆକାଶରେ  ମେଘ ଘନୀଭୂତ ହେଉଛି । ଫଳରେ ଆଉ କିଛି ଘଂଟା ପରେ କେରଳରେ ବର୍ଷା ଆରମ୍ଭ ହେବ ଓ  ପ୍ରଥମ ମୌସୁମୀ ସ୍ପର୍ଶ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।  ଅନ୍ୟପଟେ ରଜ ଆଡକୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ । ଏବେ ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ବି ରେକର୍ଡ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe