କନକ ବ୍ୟୁରୋ : ଆଜି କେରଳ ଛୁଇଁପାରେ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ରହିଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି କେରଳର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ଆସନ୍ତା ୨୪ ଘଂଟାରେ କେରଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଉପଗ୍ରହ ଚିତ୍ରରୁ ଜଣାପଡୁଛି, କେରଳ ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗର ଅଂଚଳ ଆକାଶରେ ମେଘ ଘନୀଭୂତ ହେଉଛି । ଫଳରେ ଆଉ କିଛି ଘଂଟା ପରେ କେରଳରେ ବର୍ଷା ଆରମ୍ଭ ହେବ ଓ ପ୍ରଥମ ମୌସୁମୀ ସ୍ପର୍ଶ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରଜ ଆଡକୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ । ଏବେ ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ବି ରେକର୍ଡ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/4-3.jpg)