କନକ ବ୍ୟୁରୋ : ଆସନ୍ତା ଜୁନ୍ ମାସରେ ହୋଇପାରେ ନିଅଣ୍ଟିଆ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାକୁ ନେଇ ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ସାମଗ୍ରିକ ଭାବେ ମୌସୁମୀ ରୁତୁରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି, ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୁନ୍ ମାସରେ କେବଳ ନିଅଣ୍ଟିଆ ବର୍ଷା ନୁହେଁ, ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର । ଏବଂ ଜୁନ୍ ୪ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ଅର୍ଥାତ ଜୁନ୍ ପହିଲା ସୁଦ୍ଧା ମୌସୁମୀ ପହଁଚିବାର ସମ୍ଭାବନା ନାହିଁ । ତେବେ ଚଳିତ ବର୍ଷ ସଭାବିକ ବର୍ଷା ହେବା ଆକଳନ କରିଛି ଆଇଏମଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/7e6c1da503422c81038bd79473d66dc4-750x430-1.jpg)