କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ବର୍ଷାର ତାଣ୍ଡବ । ଅନେକ ସ୍ଥାନରେ ମୁଷଳ ଧାରାରେ ବର୍ଷା ହେଉଛି । ରାଜରାସ୍ତାରେ ଧସିଛି ପାହାଡ । ବଦ୍ରିନାଥ ଯିବାକୁ ଥିବା ରାଜରାସ୍ତା ଭୂସ୍ଖଳନ ଯୋଗୁଁ ବନ୍ଦ ହୋଇଯାଇଛି । ଫଳରେ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡରେ ଥିବା ଏକ ପାହାଡ ମାତ୍ର ୧୨ ସେକେଣ୍ଡରେ ଧସିଯାଇଛି । ଆଉ ରାଜରାସ୍ତା ପାଲଟିଛି ଝରଣା ।

Advertisment

ମାତ୍ର କେଇ ସେକେଣ୍ଡର ଏହି ଦୃଶ୍ୟ ମନକୁ ବିଚଳିତ କଲାଭଳି ହୋଇଛି । ଭୂସ୍ଖଳନ ଓ ପାହାଡ ଧସିବା ଯୋଗୁଁ ରାଜରାସ୍ତା ବନ୍ଦ ହୋଇଛି । ଅନେକ ପର୍ଯ୍ୟଟକ ଓ ଗାଡି ବ୍ରଦ୍ରିନାଥ ରାଜରାସ୍ତାରେ ଅଟକି ରହିଛନ୍ତି । ଏଯାଏଁ ରାସ୍ତା ସଫା ହୋଇନାହିଁ । କେବଳ ବଦ୍ରିନାଥ ରାଜରାସ୍ତା ନୁହେଁ ଉତରାକଣ୍ଡରେ ଏଭଳି ଅନେକ ସ୍ଥାନରେ ଏକା ଅବସ୍ଥା ଦେଖାଦେଇଛି ।

publive-image

ସେପଟେ, ବର୍ଷା ଯୋଗୁଁ ୯ ରାଜ୍ୟରେ ଜଳପ୍ରଳୟ । ପ୍ରଭାବିତ ରାଜ୍ୟରେ ବନ୍ୟା ମୃତ୍ୟୁ ସଂଖ୍ୟା ପ୍ରାୟ ୨ଶହ ଟପିଲାଣି । କେରଳରେ ବନ୍ୟା ଯୋଗୁଁ ୭୨ ଲୋକଙ୍କ ମୃତ୍ୟୁ ଘଟିଛି । ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଜଳ ପ୍ରଳୟରେ ଫସିଛନ୍ତି କେରଳ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ, ହରିୟାଣା, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଏବଂ ମହାରାଷ୍ଟ୍ର ପରି ରାଜ୍ୟ । ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର । କେରଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ୱାଏନାଡ ଓ କୋଝିକୋଡ । ୱାଏନାଡରେ ଏବେ ବି ଅନେକ ସ୍ଥାନରେ ଭୂସ୍ଖଳନ ଚିନ୍ତା ବଢାଇ ଦେଇଛି ।

publive-image

କେରଳରେ ଉଦ୍ଧାର କାମରେ ସହାୟତା ପାଇଁ ଓଡିଶାରୁ ଯାଇଛି ୨ଟି ଅଗ୍ନିଶମ ବାହିନୀ । ଏହି ଟିମ୍ ବନ୍ୟା ପ୍ରଭାବିତ ୱାଏନାଡରେ କାମ କରୁଛି । କର୍ଣ୍ଣାଟକରେ ବନ୍ୟା ଯୋଗୁଁ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ୧୧ଟି ଜିଲ୍ଲା ଜଳ ପ୍ରଳୟରେ ଫସି ରହିଛି । ମହାରାଷ୍ଟ୍ରରେ ୨୫ ଓ ଗୁଜରାଟରେ ବନ୍ୟାରେ ୧୯ ଜଣଙ୍କ ଜୀବନ ଗଲାଣି । ମହାରାଷ୍ଟ୍ର,କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ଉଦ୍ଧାର କାମରେ ସେନା ସହିତ ଏନଡିଆରଏଫ୍ ମୁତୟନ ହୋଇଛନ୍ତି । ଏମାନେ ଦେବଦୂତ ପରି ପହଁଚି ଜଳପ୍ରଳୟରେ ଫସି ଥିବା ଲୋକଙ୍କୁ ସହାୟତାର ହାତ ବଢାଉଛନ୍ତି । ଏହିସବୁ ରାଜ୍ୟରେ ବନ୍ୟା ଯୋଗୁଁ ଟ୍ରେନ୍ ଓ ବିମାନ ସେବା ପ୍ରଭାବିତ ହୋଇଛି ।