୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ଦୁଇରୁ ତିନି ଦିନ ଭିତରେ ଛୁଇଁବ ଦକ୍ଷିଣ ଓଡ଼ିଶା ।

280

କନକ ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ତାତି । ବିଶେଷକରି ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ନା ତାତିରୁ ମିଳୁଛି ତ୍ରାହି, ନା ଗୁଳୁଗୁଳିରୁ ମିଳୁଛି ଆଶ୍ୱସ୍ତି । ଏହାରି ଭିତରେ ଆଶ୍ୱସ୍ତିକର କଥା ହେଉଛି ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ୨-୩ ତିନି ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁବ । ପରେ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ ବିସ୍ତାରିତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଆଗାମୀ ୪ ଦିନରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସେଲିୟ ବଢ଼ିବପାରେ । ବରଗଡ଼, ବଲାଙ୍ଗୀର, ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ ୫ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଲାଗି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।