କନକ ବ୍ୟୁରୋ: ଜୁନ୍ ୧ ତାରିଖରେ କେରଳ ଛୁଇଁବ ମୌସୁମୀ । ଆଉ ୩ ଦିନ ପରେ ଭାରତର ସ୍ଥଳ ଭାଗ ଛୁଇଁବ ମୌସୁମୀ ବାୟୁ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଜୁନ୍ ୧ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି କୁହାଯାଇଛି । ମହାବାତ୍ୟା ଅମ୍ଫାନ କାରଣରୁ ମୌସୁମୀ ଭାରତୀୟ ଉପମହାଦେଶ ଆଡକୁ ଅଗ୍ରସର ହେବାରେ ବାଧକ ସୃଷ୍ଟି ହୋଇଥିଲା । ଏହା ଚାଲି ଯିବା ପରେ ପରେ ଏବେ ବୁଧବାର ଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ଥଳଭାଗ ଆଡକୁ ଆସୁଛି । ବଙ୍ଗୋପସାଗରରେ ରହିଥିବା ଘୂର୍ଣ୍ଣିଝଡ ଏହାକୁ ସ୍ଥଳଭାଗ ଆଡକୁ ଟାଣିବାରେ ସହାୟକ ହେଉଛି । ତେଣୁ ଏହା ଆସନ୍ତା ଜୁନ୍ ୧ ତାରିଖ ବେଳକୁ କେରଳ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।