୪୮ ଘଂଟା ଭିତରେ ସମଗ୍ର ଓଡିଶାକୁ ଛୁଇଁବ ମୌସୁମୀ ! ବାଂଲାଦେଶ ମୁହାଁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ପ୍ରଭାବରେ ଏହି ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Advertisment
୪୮ ଘଂଟା ଭିତରେ ସମଗ୍ର ଓଡିଶାକୁ ଛୁଇଁବ ମୌସୁମୀ ! ବାଂଲାଦେଶ ମୁହାଁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ପ୍ରଭାବରେ ଏହି ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ଆସନ୍ତା ୪୮ ଘଂଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସାରା ରାଜ୍ୟକୁ ଛୁଇଁବ । ମୌସୁମୀ ସହ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ଉତର ଓ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ଘଂଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ଏବେ ବାଂଲାଦେଶ ମୁହାଁ ହୋଇଛି ।

ଏହାର ପ୍ରଭାବରେ ବାଲେଶ୍ୱର, ମୟୁରଭଞ୍ଜ, ନୂଆପଡା , କଳାହାଣ୍ଡି, ବଲାଙ୍ଗିରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୧୧ରୁ ୧୩ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ, ଉତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ୧୫ ତାରିଖ ଯାଏଁ ପାଗ ମେଘୁଆ ରହିବ । ୧୮ ତାରିଖ ପରେ ବର୍ଷା ବଢିପାରେ । ଗତ ୨୪ ଘଂଟା ମଧ୍ୟରେ ଚାନ୍ଦବାଲିରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ମୋସୁମୀ ସକ୍ରିୟ ଥିବାକୁ ଅଧିକାଂଶ ସ୍ଥାନରେ ତାପମାତ୍ର ୩୫ ଡିଗ୍ରୀ ତଳେ ରହିଛି ।

ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ, ମୌସୁମୀ ଆସିଲେ ବ୍ୟାପକ ଅଞ୍ଚଳରେ ବର୍ଷା ହୁଏ। କିନ୍ତୁ ତାହା ଏପର୍ଯନ୍ତ ହୋଇନାହିଁ। ଲଘୁଚାପ ପ୍ରଭାବରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ବର୍ଷା ହେବ। ଓଡ଼ିଶାରେ ସେଭଳି ପ୍ରଭାବ ରହିବ ନାହିଁ। ରାଜ୍ୟର ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଭଲ ବର୍ଷା ହେବ। ଆସନ୍ତା ୫ ଦିନ ଭିତରେ ୭୦ରୁ ୮୦ ମି.ମି. ବର୍ଷା ହୋଇପାରେ। ଭଦ୍ରକରୁ ପୁରୀ ମଧ୍ୟରେ ୫ ଦିନରେ ୫୦ ମି.ମି. ବର୍ଷା ହେବ। ଯଦି କୌଣସି ଲଘୁଚାପ ନ ହୁଏ ତେବେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ୧୫ ତାରିଖ ପର୍ଯନ୍ତ ମେଘୁଆ ପାଗ ରହିବ। କିନ୍ତୁ ୧୬ ତାରିଖରେ ତାପମାତ୍ରା ବଢ଼ିବ। ୧୮ ତାରିଖ ପରେ ଭଲ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe