କନକ ବ୍ୟୁରୋ: କେରଳ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ସ୍ଥଳଭାଗ ଛୁଇଁଛି ମୌସୁମୀ ବାୟୁ । ଏନେଇ ଟୁଇଟ୍ କରି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୧ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଆଇଏମଡି । ମୌସୁମୀ ବାୟୁ କେରଳ ଛୁଇଁବାର ପାୟ ୧୦ ରୁ ୧୨ଦିନ ଭିତରେ ଓଡିଶା ଛୁଇଁଥାଏ । ଅର୍ଥାତ ଯଦି ପାଣିପାଗ ଠିକ୍ ରୁହେ ତାହେଲେ ଜୁନ୍ ୧୦ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶା ଛୁଇଁବ ।