ଦୁଇ ଦିନ ତଳୁ ଓଡ଼ିଶା ଛୁଇଁଛି ମୌସୁମୀ । ପାଗ ଅନୁକୂଳ ନଥିବାରୁ ହେଇପାରୁନି ସକ୍ରିୟ । ଆଗାମୀ ୫ ଦିନ ପ୍ରବଳ ଗ୍ରୀଷ୍ମପ୍ରବାହ ।

Advertisment
ତାତି କରୁଛି କଲବଲ । ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

heat wave in the city and hand showing thermometer for high temperature

କନକ ବ୍ୟୁରୋ: ଦୁଇ ଦିନ ତଳୁ ଓଡ଼ିଶା ଛୁଇଁଛି ମୌସୁମୀ । ହେଲେ ପାଗ ଅନୁକୁଳ ନଥିବାରୁ ରାଜ୍ୟରେ ସକ୍ରିୟ ହୋଇପାରୁନି ମୌସୁମୀ ବାୟୁ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇନପାରେ ମୌସୁମୀ । ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି । ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ଆଗାମୀ ୫ ଦିନ ଯାଏଁ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିବ । ଏଥିସହିତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe