କନକ ବ୍ୟୁରୋ: ଆରମ୍ଭ ହୋଇଯାଇଛି ବର୍ଷା ଋତୁ । ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ । ବର୍ଷାଦିନେ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେବା ଉଚିତ୍ । ନଚେତ ଅନେକ ରୋଗ ହେବାର ଆଶଙ୍କା ରହିଥାଏ । ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ଖାଦ୍ୟକୁ ନେଇ ଜ୍ୱର, ଜଣ୍ଡିସ୍ ଭଳି ରୋଗ ପ୍ରାୟତଃ ଦେଖାଯାଏ । ତେବେ ଏନେଇ ଲୋକଙ୍କୁ ଖାଇବା ଏବଂ ପିଇବା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

Advertisment

ବର୍ଷା ପାଗରେ କିଛି ଗରମ ଛଣାଛଣି ଖାଦ୍ୟ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ଘରେ ହେଉ ବା ବାହାରେ ଜଳଖିଆ ଦୋକାନରେ ଭିଡ଼ ଜମେ । କିନ୍ତୁ ସେହି ଦୋକାନର ଆଖପାଖ ପରିବେଶଟି କେତେ ସଫାସୁତୁରା ନ ଦେଖି ଲୋକେ ଖାଇବା ପିଇବାରେ ମଜି ଯାଆନ୍ତି । ଯାହାକି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ।

ବର୍ଷା ଋତୁରେ ବାୟୁରେ ଆର୍ଦ୍ରତା ରହିଥାଏ ଏବଂ ଜୀବାଣୁ ବୃଦ୍ଧି ହେବାର ଆଶଙ୍କା ବଢ଼ିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ ସବୁବେଳେ ବର୍ଷା ଋତୁରେ ସତେଜ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ଦୀର୍ଘ ସମୟ ଧରି ରଖାଯାଇଥିବା ଖାଦ୍ୟ ଅର୍ଥାତ ବାସି ଖାଦ୍ୟ ଏହି ଋତୁରେ ଖାଇବା ଉଚିତ୍ ନୁହେଁ ।

ତେବେ ବିଶେଷଜ୍ଞଙ୍କ ମତରେ କେଉଁ ଖାଦ୍ୟ ବର୍ଷା ଋତୁରେ ଖାଇବା ଉଚିତ କେଉଁଟା ନୁହେଁ, ଜାଣନ୍ତୁ..

କଣ ଖାଇବେନି

ବାହାରେ ବିକ୍ରି ହେଉଥିବା ଜିନିଷ ବା ଖାଦ୍ୟ ପଦାର୍ଥଠାରୂ ଦୂରେଇ ରହିବା ସହ ଘରୋଇ ଖାଦ୍ୟରେ ଅଧିକ ଧ୍ୟାନ ଦେବା ନିହାତି ଜରୁରୀ । ଷ୍ଟ୍ରିଟ୍‍ ଫୁଡ୍‍ ଏବଂ ଜଙ୍କ୍‍ ଫୁଡ୍‍ଠାରୁ ଦୂରେଇ ରୁହନ୍ତୁ । କାରଣ ବର୍ଷା ଯୋଗୁଁ ଚାରିଆଡ଼େ ଅଳିଆ ଆବର୍ଜନା ଓ କାଦୁଅ ଜମି ରହିଥାଏ, ଯାହା ଖାଦ୍ୟକୁ ଦୂଷିତ କରିଥାଏ । ଏଭଳି ପରିସ୍ଥିତିରେ ଷ୍ଟ୍ରିଟ୍‍ ଫୁଡ କିମ୍ବା ଜଙ୍କ୍‍ ଫୁଡ ଖାଇଲେ, ପେଟରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ତେଣୁ ଏହି ଋତୁରେ ବାହାର ଖାଦ୍ୟଠାରୁ ଦୂରେଇ ରହିବା ଉଚିତ । ଏହା ବ୍ୟତୀତ ଲୋକମାନେ ବିଶୁଦ୍ଧ ଜଳ ପିଇବା ଉଚିତ୍‍ ଏବଂ ଯଦି ପାଣିରେ ମଇଳା ଦେଖୁଛନ୍ତି ତେବେ ସେହି ପାଣିକୁ ଆଦୌ ପିଅନ୍ତୁ ନାହିଁ।

ବର୍ଷା ଋତୁରେ ଫଳ ଏବଂ ପନିପରିବା ମଧ୍ୟ ସତର୍କତାର ସହିତ ଖାଇବା ଉଚିତ୍ । ଏହି ଋତୁରେ କଟା ଫଳ କିଣିବା ଉଚିତ୍ ନୁହେଁ, କାରଣ ଏହା ରୋଗର କାରଣ ହୋଇପାରେ । ଯେଉଁ ଫଳଗୁଡିକ ଚୋପା ସହ ଖାଇପାରିବେ ତାହା ଲାଭଦାୟକ ବୋଲି ଧରାଯାଏ ।

କଣ ଖାଇବେ

ବର୍ଷା ଋତୁରେ ଆପଣ ଖାଇବା ଭିଟାମିନ୍ C, ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ଯୁକ୍ତ ହେବା ଆବଶ୍ୟକ । ଭାତ, ରୁଟି, ପନିପରିବା ଯାହା ବି ଖାଉଛନ୍ତି, ତାବା ସତେଜ ଥିବା ଦରକାର । ରୋଷେଇର ଘଣ୍ଚାକ ମଧ୍ୟରେ ଖାଇ ନେବା ଉଚିତ । ବର୍ଷା ଋତୁରେ ୩-୪ଘଣ୍ଟାରୁ ଅଧିକ ସମୟ ଧରି ରଖାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଏହାଦ୍ୱାରା ସଂକ୍ରମଣ ବଢିବା ଆଶଙ୍କା ରହିଛି । କେବଳ ଘର ତିଆରି ଖାଦ୍ୟ ଖାଆନ୍ତୁ । ସାଇଟ୍ରସ୍ ଫଳଗୁଡିକ ମଧ୍ୟ ପ୍ରଚୁର ପରିମାଣରେ ଖାଇବା ଉଚିତ୍। ସାଇଟ୍ରସ୍ ଫଳଗୁଡ଼ିକରେ ଭିଟାମିନ୍ ସି ଭରପୂର, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।