ଚାଷୀଙ୍କ ପାଇଁ ଖୁସି ଖବର, ବର୍ଷା ଆଣିବ ଆଶ୍ୱସ୍ତି । ଆସନ୍ତା ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ସାରା ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ । ଏପଟେ ରାଜ୍ୟର ୧୩ ଜିଲ୍ଲାରେ ସ୍ୱାଭାବିକ୍ ଠାରୁ କମ୍ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ।

454

କନକ ବ୍ୟୁରୋ: ସ୍ୱାଭାବିକ୍ ଠାରୁ କମ୍ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଉଥିବା ବେଳେ ପାଣିପାଗ ବିଭାଗର ଆକଳନ ଚାଷୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି । ଆସନ୍ତା ୪ ତାରିଖରେ ଉତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଆସନ୍ତା ୪ ଏବଂ ୫ ତାରିଖରେ ସାରା ଓଡ଼ିଶାରେ ବର୍ଷା ହେବାର ସଂଭାବନା ରହିଛି ।

ଆଁ କରିଥିବା ମାଟି ଏବଂ ମୁଣ୍ଡରେ ହାତ ଦେଇ ବସିଥିବା ଚାଷୀ, ନିରାଶାର ଏହି ଚିତ୍ର ଭିତରେ ଆଶ୍ୱସ୍ତି ଆଣିଛି ପାଣିପାଗ ବିଭାଗର ଆକଳନ । ଦିନକ ପରେ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଏହି ଲଘୁଚାପ ପ୍ରଭାବରେ ସାରା ଓଡିଶାରେ ବର୍ଷା ହେବାର ସଂଭାବନା ରହିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୩ ତାରିଖ ଓଡ଼ିଶାର ମାଲକାନଗିିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସଂଭାବନା ରହିଛି । ୪ ତାରିଖରେ ଢ଼େଙ୍କାନାଳ, ଯାଜପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ମାଲକାନଗିିରି, କୋରାପୁଟ, ପୁରୀ, ଜଗତସିଂପୁର, କେନ୍ଦ୍ରପଡ଼ା, କେନ୍ଦୁଝର, ବୌଦ୍ଧ, ଅନୁଗୁଳ, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୫ତାରିଖରେ ସମ୍ବଲପୁର,ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସଂଭାବାନ ଥିବା ବେଳେ କଟକ, ଢ଼େଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁରରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ୬ ତାରିଖରେ ବରଗଡ଼, ଦେବଗଡ଼ ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି ।

ବଡ଼ କଥା ହେଉଛି ଜୁନ୍ ୧ ତାରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ଓଡ଼ିଶାର ୧୩ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, କେନ୍ଦୁଝର, ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର ଭଳି ୧୩ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ଏହି ଗୋଟିଏ ମାସ ଭିତରେ ଓଡ଼ିଶାରେ ୪୮୮.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୧୭% କମ । ପୁରୀ ଜିଲ୍ଲାରେ ସର୍ବନିମ୍ନ ୫୩% କମ ବର୍ଷା ହୋଇଛି । ଆଉ ଏସବୁ ଭିତରେ ପାଣିପାଗ ବିଭାଗ ବର୍ଷା ନେଇ କରିଥିବା ପୂର୍ବାନୁମାନ ଏବଂ ଲଘୁଚାପର ସଂଭାବନା ଓଡ଼ିଶାର ଚାଷୀକୂଳକୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି ।

୩/୮/୨୦(ପ୍ରବଳ ବର୍ଷା)

-ମାଲକାନଗିିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଏବଂ ସୁନ୍ଦରଗଡ଼

୪/୦୮/୨୦(ପ୍ରବଳରୁ ଅତିପ୍ରବଳ)

-ଢ଼େଙ୍କାନାଳ, ଯାଜପୁର, କଳାହାଣ୍ଡି

୪/୦୮/୨୦(ପ୍ରବଳ ବର୍ଷା)

-ମାଲକାନଗିିରି, କୋରାପୁଟ, ପୁରୀ, ଜଗତସିଂପୁର, କେନ୍ଦ୍ରପଡ଼ା, କେନ୍ଦୁଝର, ବୌଦ୍ଧ, ଅନୁଗୁଳ, ନୂଆପଡ଼ା, ବଲାଙ୍ଗୀର

୫/୦୮/୨୦(ପ୍ରବଳରୁ ଅତିପ୍ରବଳ)

-ସମ୍ବଲପୁର,ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ କେନ୍ଦୁଝର

୫/୦୮/୨୦(ପ୍ରବଳ ବର୍ଷା)

-କଟକ, ଢ଼େଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁର

୫/୦୮/୨୦(ପ୍ରବଳ ବର୍ଷା)

-ବରଗଡ଼, ଦେବଗଡ଼ ଏବଂ ସୁନ୍ଦରଗଡ଼

ସ୍ୱାଭାବିକରୁ କମ୍ ବର୍ଷା

-ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, କେନ୍ଦୁଝର, ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର

୧୩ଟି ଜିଲ୍ଲାରେ କମ୍ ବର୍ଷା

ଓଡ଼ିଶାରେ ୪୮୮.୭ ମିଲିମିଟର ବର୍ଷା ରେକର୍ଡ

ସ୍ୱାଭାବିକ ବର୍ଷା ଠାରୁ ୧୭% କମ

ପୁରୀ ଜିଲ୍ଲାରେ ସର୍ବନିମ୍ନ ୫୩% କମ ବର୍ଷା