କନକ ବ୍ୟୁରୋ : ସ୍କୁଟି ଡିକି ଭିତରେ ତମ୍ପ ସାପ ଛୁଆ । ଫୁଲନଖରା ଅନନ୍ତପୁର ଗାଁରେ ସ୍କୁଟି ଡିକି ଭିତରୁ ତମ୍ପ ସାପ ଛୁଆ ଉଦ୍ଧାର କରାଯାଇଛି । ଦିପ୍ତୀରଂଜନ ସାସମଲ ସ୍କୁଟିରୁ ନିଜ ଜିନିଷ ବାହାର କରୁଥିବା ବେଳେ ସାପଟି ଡିକିରେ ଥିବା ଦେଖିବାକୁ ପାଇଥିଲେ । ତେବେ ପ୍ରଥମେ ଏହି ସାପଟିକୁ ନାଗ ସାପ ଛୁଆ ବୋଲି ଭାବିଥିଲେ ସ୍ଥାନୀୟ ବାସିନ୍ଦା ।
ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଏହି ଭିଡିଓ ଦେଖିବା ପରେ ଏହା ନାଗ ସାପ ନୁହେଁ ବରଂ ତମ୍ପ ସାପ ବୋଲି ସ୍ପଷ୍ଟ କରିଥିଲେ । ଏପରିକି ବର୍ଷାଦିନରେ ଏଭଳି ଘଟଣା ଅଧିକ ଦେଖିବାକୁ ମିଳିଥାଏ ବୋଲି ସର୍ତକ କରିଛନ୍ତି ଶୁଭେନ୍ଦୁ । ତେବେ ସ୍କୁଟି ପାର୍କିଂ ପରେ ଇଞ୍ଜିନ ଥଣ୍ଡା ହୋଇଯିବା ପରେ ସାପ ଛୁଆ ବେଶ ଆରାମରେ ସ୍କୁଟି ଡିକି ଭିତରେ ରହିପାରନ୍ତି । ତେଣୁ ଗାଡି ଡିକିକୁ ନିୟମତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ଶୁଭେନ୍ଦୁ ।
Follow Us