ଜେଜେଙ୍କ ହାତରୁ କୁନି ଶିଶୁକୁ ଝାମ୍ପିନେଲା ମାଙ୍କଡ ! ରାସ୍ତାରେ ପଡି ଚାଲିଗଲା ନବଜାତ ଶିଶୁର ଜୀବନ ।

286

ରାଜସ୍ଥାନର ଧୋଲପୁଲ ଜିଲ୍ଲା ରାଜାଖୋଡାସ୍ଥିତ ବୈଷିକ ସ୍କୁଲ ସାମ୍ନାରେ ଏକ ଅଭାବନୀୟ ଓ ଲୋମ ଟାଙ୍କୁରା ଘଟଣା ଘଟିଛି। ଗୋଟିଏ ମାଙ୍କଡ଼ ଛାତ ଉପରେ ବୁଲୁଥିବା ଜେଜେଙ୍କ ହାତରୁ ତାଙ୍କ ନାତିକୁ ନେଇ ଚମ୍ପଟ ମାରିଥିଲା । ମାଙ୍କଡ଼ଟି ଛାତ ଉପରେ ଦଉଡୁ ଥିବା ସମୟରେ ତାର ହାତରୁ ଶିଶୁଟି ଖସି ପଡ଼ିଥିଲା ଫଳରେ ରାସ୍ତାରେ ପଡ଼ି ଶିଶୁର ମୃତ୍ୟୁ ହୋଇଯାଇଥିଲା ।

ମୃତ ଶିଶୁର ପରିବାରବର୍ଗଙ୍କ କହିବାନୁସାରେ, ଶିଶୁର ଜେଜେ ବାପା ନାରାୟଣସିଂହ ଘର ଛାତ ଉପରେ ନାତି ଛୋଟୁକୁ ଧରି ବୁଲୁଥିଲେ। ଏହି ସମୟରେ ହଠାତ୍ ଛାତ ଉପରକୁ ଏକ ମାଙ୍କଡ ଡିଆଁ ମାରି ଜେଜେଙ୍କ ହାତରୁ ଛୋଟୁକୁ ଛଡାଇ ନେଇଥିଲା । ନାରାୟଣ ଛୋଟୁକୁ ନେଇ ଗଲା ନେଇ ଗଲା ବୋଲି ଡାକ ଛାଡ଼ି ଉକ୍ତ ମାଙ୍କଡ଼ ପଛରେ ଧାଇଁବାକୁ ଲାଗିଥିଲେ। ଫଳରେ ମାଙ୍କଡ଼ଟି ବିଚଳିତ ହୋଇଯାଇଥିଲା ଓ ହାତରୁ ଶିଶୁକୁ ଖସାଇ ଦେଇଥିଲା । ଫଳରେ ରାସ୍ତାରେ ପଡ଼ି ଛୋଟୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।

ସବୁଠାରୁ ଦୁଃଖଦ କଥା ହେଉଛି, ନାରାୟଣ ସିଂହଙ୍କ ପୁଅ ଭୁପେନ୍ଦ୍ରଙ୍କ ବିବାହର ୧୨ବର୍ଷ ପରେ ଏହା ପ୍ରଥମ ସନ୍ତାନ ଥିଲା । ତେବେ ବହୁଦିନ ପରେ ଘରକୁ ଫେରିଥିବା ଖୁସି ପାଣିଫଟକା ପରି ପୁଣି ମେଳାଇ ଯାଇଛି। ଛୋଟୁର ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖୋଳାଇ ଦେଇଛି ।

ସୂଚନା ମୁତାବକ ପୂର୍ବରୁ ମଧ୍ୟ ମାଙ୍କଡ ଆତଙ୍କର ଘଟଣା ଅନେକ ଶୁଣିବାକୁ ମିଳିଛି । ସାଧାରଣତଃ ମାଙ୍କଡ ମଣିଷଙ୍କ ଉପରକୁ ଆକ୍ରମଣ କରିଥିବା କଥା ଶୁଣିବାକୁ ମିଳିଥିଲା କିନ୍ତୁ ଏକ ଶିଶୁ ପୁତ୍ରକୁ ଏପରି ଉଠାଇନେବା ଘଟଣା ପ୍ରଥମଥର ଦେଖିବାକୁ ମିଳିଛି ।