ମଙ୍କିପକ୍ସକୁ ନେଇ ହୁ’ର ଚେତାବନୀ । ଭାରତରେ ବ୍ୟାପିବ କି ଭାଇରସ?

152

କନକ ବ୍ୟୁରୋ : ବିଶ୍ୱରେ ବର୍ତ୍ତମାନ ମଙ୍କିପକ୍ସର ଆତଙ୍କ ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏହି ଭାଇରସର ୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ୟୁରୋପୀୟ ଦେଶ, ଉତ୍ତର ଆମେରିକା, ଅଷ୍ଟ୍ରେଲିଆର ୧୨ ଦେଶରେ ଏହି ଭୂତାଣୁ ଚିହ୍ନଟ ହୋଇସାରିଛି । ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ହୁ କହିଛି, ଯେଉଁ ଦେଶରେ ଏହି ମଙ୍କିପକ୍ସ ଭାଇରସ ବ୍ୟାପିନାହିଁ ସେଠାରେ ଏହାର ଅଧିକ ମାମଲା ସାମ୍ନାକୁ ଆସିପାରେ । ସେମାନଙ୍କୁ ଏହା ବ୍ୟାପୁଛି ଯେଉଁମାନେ କୌଣସି କାରଣରୁ କାହା ସହ ସଂସ୍ପର୍ଷରେ ଆସିଛନ୍ତି ।

ହୁ’ର ଅଧିକାରୀ ଡେଭିଡ ହେମ୍ୟାନ କହିଛନ୍ତି, ଆଶା କରାଯାଉଛି ମଙ୍କିପକ୍ସ ଭାଇରସ ଲୋକଙ୍କ ମଧ୍ୟରେ ଶାରିରୀକ ସମ୍ବନ୍ଧ ରଖିବା ପରେ ବ୍ୟାପୁଛି । ଏହି କାରଣରୁ ସାରା ବିଶ୍ୱରେ ସଂକ୍ରମଣ ବଢିଚାଲିଛି । ହୁର କହିବାକଥା ଦକ୍ଷିଣ ଆଫ୍ରିକାରେ ପ୍ରତିବର୍ଷ ମଙ୍କିପକ୍ସରେ ଅନେକ ସଂକ୍ରମିତ ଚିହ୍ନଟ ହୋଇଥାନ୍ତି । ବିଶ୍ୱର ୧୨ଟି ଦେଶରେ ଏହା ବ୍ୟାପିବା ପରେ ଭାରତରେ ଏହା ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ପ୍ରଶ୍ନ ଉଠୁଛି କଣ ଏହା ଦ୍ୱିତୀୟ ମହାମାରୀର କାରଣ ହେବ?

କ’ଣ ଭାରତରେ ବ୍ୟାପିବ କି ମଙ୍କିପକ୍ସ?
ଏଡସ ସୋସାଇଟି ଅଫ୍ ଅଣ୍ଡିଆର ଅଧ୍ୟକ୍ଷ ଡା. ଇଶ୍ୱର ଗିଲାଡା କହିଛନ୍ତି, ଏହି ଭୂତାଣୁ ସାଧାରଣତଃ ପଶୁଙ୍କ ପାଖରେ ଦେଖାଯାଏ । ପରେ ଏହା ମଣିଷଙ୍କ ପାଖରେ ବି ନଜର ଆସେ । ମଙ୍କିପକ୍ସ ଏଚଆଇଭି ଭଳି ଜେନେଟିକ ମାଙ୍କଡଠାରୁ ଭାଇରସ ଭାବେ ଆସିଥାଏ । ଏହା ସିମିଏନ ଇମ୍ୟୁନୋଡେଫିସିଏନ୍ସି ଭୂତାଣୁ । ଏହା ପଶୁଙ୍କ ପାଖରୁ ବ୍ୟାପୁଥିବା ବେଳେ ମଣିଷଙ୍କ ପାଖରେ ପହଞ୍ଚିଥାଏ । ତେବେ ସେହିଭଳି କିଛି ତଥ୍ୟ ନାହିଁ ଯେଉଁଥିରେ ଜଣାପଡିବ ଏହା ମହାମାରୀ ହୋଇପାରେ । ଭାରତରେ ଏହା ସେହିଭଳି ବ୍ୟାପିବ ନାହିଁ ତେଣୁ ବ୍ୟସ୍ତ ହେବାର ନାହିଁ ।